ଦିନକ ପରେ କାଳିଆ ଦର୍ଶନ

December 21, 2020, ଓଡ଼ିଶା, , Anupambharat News Bureau


ଦିନକ ପରେ କାଳିଆ ଦର୍ଶନ
Anupambharat News Bureau
December 21, 2020


ପୁରୀ,୨୧ା୧୨(ଅନୁପମ ମିଡିଆ): ଦୀର୍ଘ ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । ଏଥିପାଇଁ ବିସ୍ତୁତ ଏସଓପି ପ୍ରସ୍ତୁତ ହୋଇଛି । ପ୍ରଥମ ତିନିଦିନ ଅର୍ଥାତ, ୨୩ ରୁ ୨୫ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ କରିବେ ଦର୍ଶନ । ସେମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ । ୨୬ ରୁ ୩୧ ଯାଏଁ ପୁରୀ ସହରବାସୀ କରିବେ ଦର୍ଶନ । ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡ଼ର ଲୋକ କରିବେ ଦର୍ଶନ । ପ୍ରତି ୱାର୍ଡ଼ ପାଇଁ ଚାରୀ ଘଣ୍ଟା ରହିବ ଦର୍ଶନ ସମୟ । ପ୍ରତି ୱାର୍ଡ଼ରେ ପୌðରସଂସ୍ଥା ପକ୍ଷରୁ ଘରଘର ବୁଲି ଦିଆଯିବ ଚିରୁକୁଟି । ନିର୍ଦ୍ଧାରିତ ୱାର୍ଡ଼ ତାଲିକା ଅନୁଯାୟୀ ଦୁଇ ଦିନ ପୂର୍ବରୁ ଘରେ ଘରେ ସ୍ୱଚ୍ଛ ସାଥି, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି ଚୀରୁକୁଟି ପହଞ୍ଚାଇବେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତତାରେ ଏସଓପି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । ଏସଓପି ଅନୁଯାୟୀ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ସେବାୟତ ଓ ତାଙ୍କ ପରିବାରକୁ ପ୍ରମାଣପତ୍ର ଦ୍ୱାରା ଚିହ୍ନଟ କରିବେ । ୨୬ରୁ ସହରବାସୀ କରିବେ ଶ୍ରୀଜୀଉଙ୍କ ଦର୍ଶନ । ପ୍ରତି ୱାର୍ଡ଼ବାସୀଙ୍କୁ ପୈାରସଂସ୍ଥା ପକ୍ଷରୁ ମିଳିଥିବା ଚିରୁକୁଟିକୁ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅନୁମତି ମିଳିବ ୱାର୍ଡ଼ବାସୀ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରିବେ । ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ହୋଇଥିବା ସ୍ୱତନ୍ତ୍ର ୯ଟି ଧାଡ଼ିରେ ପ୍ରବେଶ କରିବେ ୱାର୍ଡ଼ବାସୀ । ସେଠାରେ ସହରବାସୀଙ୍କ ଫଟୋଗ୍ରାଫି କରାଯିବ । ବିନା କୋଭିଡ଼ ରିପୋର୍ଟରେ
ପୁରୀବାସୀ ଦର୍ଶନ କରିପାରିବେ । ପ୍ରତ୍ୟେହ ସକାଳ ୭:୩୦ ରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଚାଲିବ ଦର୍ଶନ । ଜାନୁୟାରୀ ୩ ପରେ ବଳକା ଥିବା ପୁରୀବାସୀଙ୍କୁ ସକାଳେ ଓ ସନ୍ଧ୍ୟାବେଳେ ମିଳିବ ଦର୍ଶନର ସୁଯୋଗ । ଅନ୍ୟ ସମୟରେ ଆସିଲେ ଦେଖାଇବାକୁ ପଡ଼ିବ କୋଭିଡ଼ ନେଗେଟିଭ ପ୍ରମାଣପତ୍ର । ତେବେ ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସେଦିନଠାରୁ ସମସ୍ତଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଜଗନ୍ନାଥବଲ୍ଲଭ ମଠରେ ହେବାକୁ ଥିବା ଅତିରିକ୍ତ ଚିରୁକୁଟି କାଉଣ୍ଟର ହେବ ନାହିଁ । କୋଭିଡ଼ ଗାଇଡ଼ ଲାଇନକୁ ପାଳନ କରି ଏହି ଦର୍ଶନ ଚାଲିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂତନ କରୋନାଭାଇରସ୍‌ ସଂକ୍ରମଣ,  ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ

ନୂତନ କରୋନାଭାଇରସ୍‌ ସଂକ୍ରମଣ, ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ

Read More...

ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page