ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

December 21, 2020, ଓଡ଼ିଶା, , Anupambharat News Bureau


ଥରାଇବ ଶୀତ : ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Anupambharat News Bureau
December 21, 2020


ଭୁବନେଶ୍ୱର, ୨୧ା୧୨(ଅନୁପମ ମିଡ଼ିଆ): ଆଗାମୀ ତିନି ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଶୀତ-ଲହରୀ । କିଛି ଜିଲ୍ଲାରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହା୍ରସ ପାଇବ । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦେବଗଡ, ନୂଆପଡା, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କାଳାହାଣ୍ଡି ଏବଂ ବରଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ସହ ସନ୍ଧ୍ୟା ପରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ କୁହୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ତେଣୁ, ସନ୍ଧ୍ୟା ପରେ ଘରେ ରହିବାକୁ ପରାମର୍ଶ ଦେବା ସନ୍ଧ୍ୟା ପରେ ରାଜରାସ୍ତାରେ ଗାଡ଼ି ଚାଳନା କଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବରକୁ କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ଦ୍ୱିତୀୟ ଦିନ ପାଇଁ ମୟୂରଭଞ୍ଜ , ଅନୁଗୁଳ ଓ ବରଗଡ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଢେଙ୍କାନାଳ , କୋରାପୁଟ, କନ୍ଧମାଳ, ସୋନପୁର , ବୌଦ୍ଧ , କଳାହାଣ୍ଡି, ଝାରସୁଗୁଡା,
ସୁନ୍ଦରଗଡ , ନୂଆପଡା ଓ ଦେବଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ତୃତୀୟ ଦିନ ପାଇଁ ମୟୁରଭଂଜ , ଅନୁଗୁଳ, କଳାହାଣ୍ଡି,କୋରାପୁଟ , ବରଗଡ , ନୂଆପଡା, କନ୍ଧମାଳ ଓ ଝାରସୁଗୁଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକ ପରେ କାଳିଆ ଦର୍ଶନ

ଦିନକ ପରେ କାଳିଆ ଦର୍ଶନ

Read More...

ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ

ପରୀ ହତ୍ୟା ମାମଲା: ଏସ୍‌ଆଇଟି ରିମାଣ୍ଡରେ ଅଭିଯୁକ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page