୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩, ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

December 24, 2020, ଓଡ଼ିଶା, , Anupambharat News Bureau


୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩,  ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ
Anupambharat News Bureau
December 24, 2020


ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ମୋଟ୍‌ ୪୩ଜଣ । ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ଏହି ୪୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହିଳା ରହିଛନ୍ତି । ଅନ୍ୟପକ୍ଷରେ ବ୍ରିଟେନରୁ ସର୍ବାଧିକ ୨୧ଜଣ ଭୁବନେଶ୍ୱର ଆସିଥିବା ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ସେହିପରି ଖୋର୍ଦ୍ଧାକୁ ଦୁଇ, କଟକକୁ ପାଞ୍ଚ, କୋରାପୁଟରୁ ତିନି, ବ୍ରହ୍ମପୁରକୁ ତିନି, ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଜଣ ଲେଖାଏଁ ଫେରିଛନ୍ତି । ଏହାସହ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମୁ୍ୟନିସିପାଲ କମିସନର ଓ ସିଡିଏମଓକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ ୭୦ପ୍ରତିଶତ ସଂକ୍ରାମକ ଥିବାରୁ ଏ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ସଂକ୍ରମଣକୁ ସୀମିତ ରଖିବାକୁ ସ୍ୱାବ ନମୁନା କିଭଳି ସଂଗ୍ରହ କରାଯିବ ଓ କିଭଳି ସଂରକ୍ଷିତ ରଖି ଜେନୋମ ସିକୁ୍ୟଏନସିଂ ପାଇଁ ଲାବୋରେଟୋରିକୁ ପଠାଯିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି । ଆଇସିଏମଆର ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ଅନୁସରଣ କରି ସ୍ୱାବ ନମୁନା ସଂଗ୍ରହ କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାବ ନମୁନା ସଂଗ୍ରହ ଏବଂ ପରିବହନ ଜଣେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଦ୍ୱାରା ହେବା ଦରକାର । ନମୁନା ସଂଗ୍ରହ ଏବଂ ପରିବହନ ସମୟରେ ସ୍ୱାସ୍ଥ୍ୟସେବା କର୍ମଚାରୀ ପିପିଇ କିଟ୍‌ ପିନ୍ଧିବା ବାଧ୍ୟତାମୂଳକ । ୩ ଏମଏଲ ଭିଟିଏମ ଟୁ୍ୟବରେ ନାକରୁ ଏବଂ ଗଳାରୁ ସ୍ୱାବ ନମୁନା ସଂଗ୍ରହ କରାଯିବ । ପରୀକ୍ଷା ପୂର୍ବରୁ ୩ଏମଏଲ ମଧ୍ୟରୁ ୧ଏମଏଲ ଭିଟିଏମ ନମୁନାକୁ ଅଲଗା କରି ୮୦ଡିଗ୍ରି ସେଲସିୟସରେ ଗଚ୍ଛିତ ରଖାଯିବ । ଯଦି ଜଣଙ୍କର ଆରଟିପିସିଆର ପରୀକ୍ଷା ରିପୋର୍ଟ ପଜିଟିଭ ଆସେ, ତେବେ ୮୦ଡିଗ୍ରି ସେଲସିୟସରେ ଗଚ୍ଛିତ ରଖାଯାଇଥିବା ନମୁନାକୁ ଜେନୋମ ସିକୁ୍ୟଏନସିଂ ପାଇଁ ପଠାଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି । ଭୁବନେଶ୍ୱରରେ ଥିବା ଡିବିଟି-ଇନଷ୍ଟିଚୁ୍ୟଟ ଅଫ ଲାଇଫସାଇନ୍ସକୁ ଜେନୋମ ସିକୁ୍ୟଏନସିଂ ପାଇଁ ବଛାଯାଇଛି । ସଂକ୍ରମଣକୁ ସୀମିତ ରଖିବା ପାଇଁ ବ୍ରିଟେନ ଫେରନ୍ତା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ସ୍ୱାବ ନମୁନା ପରୀକ୍ଷା କରିବା ପାଇଁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

Read More...

୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page