ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

December 27, 2020, ଦେଶ, , Anupambharat News Bureau


ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ
Anupambharat News Bureau
December 27, 2020


ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟୋଲ ଟିକସ୍‌ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱକୁ ପହଞ୍ଚି ପାରିଛି । ପ୍ରଥମ ଥର ପାଇଁ ଏହି ଫାଷ୍ଟ ଟାଗ୍‌ ନିୟମାବଳୀ ଆଧାରରେ ଏହି ଟିକସ ଆଦାୟ ହୋଇପାରିଛି । ଯଦିଓ ଦୈନିକ ୫୦ ଲକ୍ଷ ଆଦାୟ ହେଉଥିବା ରେକର୍ଡ ରହିଛି ତେବେ ଚଳିତ ମାସ ୨୪ ତାରିଖରେ ପ୍ରଥମ ଥର ପାଇଁ ୮୦ କୋଟି ଟଙ୍କା ଆଦାୟ ହୋଇଥିବା ଘଟଣା ଦେଶର ଆର୍ଥିକ କାରବାରରେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଆଜି ପର୍ଯ୍ୟନ୍ତ ୨.୨୦ କୋଟି ଫାଷ୍ଟ ଟାଗ୍‌ ଜାରି କରାଯାଇଛି । ଏହା କେବଳ ରାଜପଥରେ ଚଳାଚଳ କରୁଥିବା ଯାନବାହନ ଗୁଡ଼ିକ କ୍ଷେତ୍ରରେ ବ୍ୟାପକ ଭାବରେ ବ୍ୟବହାର କରାଯାଇଛି । ଫଳରେ ଦେଶର ଆର୍ଥିକ ପ୍ରଗତିକୁ ଏହା ଅତ୍ୟନ୍ତ ସୁରକ୍ଷିତ ଭାବରେ କାର୍ଯ୍ୟଧାରାକୁ ଦୃଷ୍ଟାନ୍ତମୂଳକ ଭାବେ ପ୍ରଗତୀ କରିବାରେ ସହାୟକ ହୋଇଛି । ସୂଚନାଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାଷ୍ଟ ଟାଗ୍‌ ନିୟମାବଳୀକୁ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରାଯାଉଛି । ଏ ସମ୍ପର୍କରେ ଫାଷ୍ଟ ଟାଗ୍‌ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ କ୍ଷେତ୍ରରେ ନିୟମାବଳୀ କଡ଼ାକଡ଼ି ଭାବେ ଲାଗୁ ହେବ । ଏଥିପାଇଁ ଏନ୍‌ଏଚ୍‌ଏଆଇ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ଫାଷ୍ଟା ଟାଗ୍‌ ରାଜପଥ ଯାତ୍ରୀଙ୍କ ଉଦ୍ଦେଶ୍ୟରେ କିଭଳି କମ୍‌ ସମୟରେ ବିଲ୍‌ ସଂଗ୍ରହ କରାଯାଇପାରିବ । ଏହା ବ୍ୟତୀତ ଟୋଲ୍‌ ପ୍ଲାଜା ଗୁଡ଼ିକରେ ବସ୍‌ ଓ ଟ୍ରକ୍‌ ଭଳି ଭାରୀ ଯାନ ଗୁଡ଼ିକ ଅଟକି ରହିବା ଦ୍ୱାରା ଉକ୍ତ ସ୍ଥଳରେ ବହୁ ସମୟ ଧରି ସେମାନଙ୍କ ଯାନଗୁଡ଼ିକୁ ଚାଲୁ ରଖିଥାନ୍ତି । ଏହାକୁ ଷ୍ଟାର୍ଟ ମୋଡ୍‌ରେ ରଖିବା ଦ୍ୱରା ଜାଳେଣୀ ବହୁତ ଭାବରେ କ୍ଷତି ହୋଇଥାଏ । ତେଣୁ ପାଷ୍ଟ ଟାଗ୍‌ ଜରିଆରେ ସାମାଜିକ ଦୂରତାକ୍‌ୁ ବଜାୟ ରଖାଯାଇପାରିବ । ଏହା ସହିତ ଲୋକମାନଙ୍କ ମଧ୍ୟରେ ମଧ୍ୟ ସାମାଜିକ ଦୂରତା ବଜାୟ ରହିବା ସହିତ ଟୋଲ ପାଟକ ଗୁଡ଼ିକରେ କର୍ମଚାରୀମାନେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେମାନଙ୍କର ବିଲ୍‌ ବା ଆର୍ଥିକ ଦାଖଲ କରାଇପାରିବେ । ଏହି ଫାଷ୍ଟ ଟାକ୍‌ ଜରିଆରେ କୌଣସି ବାଦ ବିବାଦ ବା ଯୁକ୍ତିତର୍କ କରିବାର ପ୍ରଶ୍ନ ଉଠୁ ନାହିଁ । ଠିକ୍‌ ସେଭଳି କୌଣସି କ୍ଷେତ୍ରରେ ଆର୍ଥିକ ଦୁର୍ନୀତିର ସନ୍ଦେହ ରହିବ ନାହିଁ । ସମସ୍ତ କାରବାର ସ୍ୱଚ୍ଛତା ମଧ୍ୟରେ ଗତି କରିବ । ଏହି ଡିଜିଟାଲ୍‌ କାରବାର ଦ୍ୱାରା ଯାନବାହନ ଚଳାଚଳ ମଧ୍ୟ ସୂଚାରୁ ରୂପେ ପରିଚାଳନା ହୋଇପାରିବ । ମୁଖ୍ୟତଃ ଫାଟକ ଗୁଡ଼ିକରେ ଯେଉଁ ଗହଳି ରହୁଛି କିମ୍ବା ଅପରାଧ ଘଟୁଛି ଏହାକ୍‌ୁ ଏଡ଼ାଇ ଦିଆଯାଇପାରିବ । ତତ୍‌ ସଙ୍ଗେ ସଙ୍ଗେ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କ୍ଷେତ୍ରରେ ଅନ୍‌ଲାଇନ୍‌ ପେମେଣ୍ଟକୁ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏହାକ୍‌ୁ ଉତ୍ସାହିତ ମଧ୍ୟ କରାଯାଉଛି । ମୋବାଇଲ୍‌ ଆପ୍‌ ସହିତ ପେଟିଏମ୍‌, ଗୁଗୁଲି ପେ’ ମଧ୍ୟ କାର୍ଯ୍ୟକାରୀ କରାଯାଇପାରିବ । ତେଣୁ ଏହି ନୂତନ ଅତ୍ୟାଧୁନିକ ବ୍ୟବସ୍ଥା ଦେଶରେ ଏକ ପ୍ରଗତିର ଧାରା ସୃଷ୍ଟି କରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

Read More...

୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩,  ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩, ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page