ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ

January 02, 2021, ଦେଶ, , Anupambharat News Bureau


ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ
Anupambharat News Bureau
January 02, 2021


ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି । ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି । ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା ଝଜ୍ଜର, ରୋହତକ, ଜିନ୍ଦ, ପାଣିପତ, କୌଥଲ ଓ ଉତ୍ତର ପ୍ରଦେଶର ଶାମଲି, ଦେବବନ୍ଦର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ବର୍ଷା ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ପଶ୍ଚିମା ପବନର ପ୍ରଭାବ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଜିପୁର ସୀମା ଓ ଜନପଥ ସମେତ ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ପାଲମରେ ୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରାଜଧାନୀ ଦିଲ୍ଲୀରେ ନୂଆବର୍ଷର ପ୍ରଥମ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡି ଯୋଗୁଁ କିଛି ଦୃଶ୍ୟମାନ ହେଉନଥିଲା । ଗାଡି ଚାଳକଙ୍କୁ ହେଡଲାଇଟ ଲଗାଇ ଗାଡି ଚଲାଇବାକୁ ପଡିଥିଲା । ଏହିଭଳି ସ୍ଥିତିରେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । କୃଷକ ଆନ୍ଦୋଳନ କରୁଥିବା ସିଂଘୁ ସୀମାରେ ବି ଘନ କୁହୁଡି ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ବର୍ତ୍ତମାନ ପ୍ରବଳ ଶୀତ ଜାରି ରହିଛି । ଏହିଭଳି ସ୍ଥିତିରେ ଅସହାୟ ଲୋକଙ୍କ ପାଇଁ ନାଇଟ ସେଲଟର ହୋମ ଏକମାତ୍ର ସାହାରା ସାଜିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ

ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ

Read More...

କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page