ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ

January 02, 2021, ଦେଶ, , Anupambharat News Bureau


ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ: ରାବଡି ଦେବୀ
Anupambharat News Bureau
January 02, 2021


ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାବଦରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିହାର ରାଜନୀତିକୁ ସରଗରମ କରିଦେଇଛି ।
ନୀତିଶ ମହାମେଣ୍ଟରେ ପୁଣି ସାମିଲ ହେବାକୁ ଯାଉଥିବା ରାବଡୀ ଦେବୀ କହିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ଆରଜେଡି ନେତାମାନେ ଏପରି ବୟାନ ଦେଇ ସାରିଛନ୍ତି । କି;ୁ ଲାଲୁ ପରିବାରର ଏହା ହେଉଛି ନୀତିଶଙ୍କ ପ୍ରସଙ୍ଗରେ ପ୍ରଥମ ବୟାନ । ନୂଆବର୍ଷ ଆରମ୍ଭରୁ ଆରଜେଡି ନେତ୍ରୀ ରାବଡୀ ଦେବୀ ରାଜନୈତିକ ବିସ୍ପୋରଣ କରିଛନ୍ତି । ତେବେ ନିକଟରେ ଆରଜେଡ଼ିର ଅନେକ ନେତା ନୀତିଶ ମହାମେଣ୍ଟରେ ସାମିଲ ହେବା ନେଇ କହିଥିଲେ । କି;ୁ ନୀତିଶ ନିଜେ ଏସବୁକୁ ଖାରଜ କରିଦେଇଥିଲେ । ଏହା ସେ‰ ରାବଡୀ ଦେବୀଙ୍କ ବୟାନ ଅନେକ ଗୁରୁତ୍ୱ ବହନ କରୁଛି ।
ତେବେ ଏହି ବୟାନ ପରେ ବିଜେପି-ଜେଡିୟୁ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଲାଲୁଙ୍କ ଦଳ ବିଧାୟକଙ୍କୁ ଅନ୍ୟ ଦଳକୁ ଯିବାରୁ ରୋକି ପାରିନଥିଲା । ଜେଡିୟୁ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କି;ୁ ବିହାରବାସୀ ସମସ୍ତ ମିଥ୍ୟା ପ୍ରତିଶ୍ରୁତିର ଜାଲରେ ଛନ୍ଦି ନହୋଇ ବିଜେପି-ଜେଡିୟୁକୁ ଜିତାଇଥିଲେ । ଆରଜେଡିର ଅନେକ ନେତା ଏନଡିଏ ଭାଙ୍ଗିବା ନେଇ କହୁଛନ୍ତି । ଯେଉଁଥିରେ କୌଣସି ସତ୍ୟତା ନାହିଁ ।
ଜେଡିୟୁ ମୁଖପାତ୍ର ସଞ୍ଜୟ ସିଂ କହିଛନ୍ତି ଯେ, ଆରଜେଡି ସରକାର ଗଠନ କରିବା ପାଇଁ କଷ୍ଟ କରୁଛି । ଏହାକୁ ପାଇବା ପାଇଁ କିଛି ବି ପଦ୍ଧତି ଆପଣାଇବାକୁ ପ୍ରୟାସ କରୁଛି । ଅନେକ ପ୍ରୟାସ କଲେ ମଧ୍ୟ ନୀତିଶ ଏନଡିଏ ସହ ରହିବେ । ଏହାପୂର୍ବରୁ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂ ରାବଡୀ ଦେବୀଙ୍କ ବୟାନକୁ ହାସ୍ୟାସ୍ପଦ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା କରଣ ପ୍ରସ୍ତୁତିକୁ ଜୋରଦାର୍‌ କରିଛି ଭାରତ

ଟିକା କରଣ ପ୍ରସ୍ତୁତିକୁ ଜୋରଦାର୍‌ କରିଛି ଭାରତ

Read More...

ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ

ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page