ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

May 20, 2019, ଓଡ଼ିଶା, , Anupambharat News Bureau


ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ
Anupambharat News Bureau
May 20, 2019

ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଦୀର୍ଘଦିନ ଧରି ଅନୁଗୋଳ ଜିନ୍ଦଲ ରୋଡ଼ରେ ମଧ୍ୟରାତ୍ରରେ ଦଳବଦ୍ଧ ହୋଇ ବିଭିନ୍ନ ଭାରି ମାଲବାହି ଗାଡ଼ିକୁ ଅଟକାଇ ଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଏବଂ ମାଡ଼ମାରି ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୯ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଭୂଜାଲି, ମୋବାଇ ଫୋନ ଏବଂ ନଗଦ ୭୫୦୦ଟଙ୍କା ଜବତ କରିବାକୁ ସକ୍ଷମ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୧୮ ତାରିଖ ରାତି ୩ଟା ବେଳେ ରେଙ୍ଗାଳି ଥାନା ଅନ୍ତର୍ଗତ ସୁସବ ଗ୍ରାମର ଜୟନ୍ତ କୁମାର ସାହୁ (ଓଆର ୧୯-ଏଲ ୦୦୮୯) ଟ୍ରକରେ ଚାଳକ ଲୁହାପଥ ନେଇ ଜିନ୍ଦଲ କାରଖାନାକୁ ଯାଉଥିବାବେଳେ ହେମସୁରପଡ଼ାଠାରେ ହଠାତେ୍‌ ୭/୮ ଜଣ ବ୍ୟକ୍ତି ଟ୍ରକକୁ ଅଟକାଇ ଥିଲେ । ଭୂଜାଲି, ପିସ୍ତଲ, ଛୁରୀ ଆଦି ଧରି ତାଙ୍କୁ ଡ଼ରାଇବା ସହିତ ମାଡ଼ମାରି ତାଙ୍କ ନିକଟରୁ ମୋବାଇଲ ଫୋନ ଏବଂ ପର୍ସରେ ଥିବା ୭୫୦୦ଟଙ୍କା ଛଡ଼ାଇ ନେଇଥିଲେ । ଲୁଟପାଟ ବେଳେ ଅଭିଯୁକ୍ତାମାନେ ପରସ୍ପରର ନାମଧରି ଡ଼ାକୁଥିଲେ । ତେବେ ୧୯ ତାରିଖ ସକାଳେ ଏ ସଂପର୍କରେ ଟ୍ରକର ଚାଳକ ଜୟନ୍ତ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ସହତ ଲୁଟେରାମାନଙ୍କ ନାମ ସଂପର୍କରେ ସୂଚନା ଦେଇଥିଲେ । ପୋଲିସ ଏ ସଂପର୍କରେ ଏକ ମକଦ୍ଦମା ନଂ ୩୬୧ ତା ୧୯.୫.୨୦୧୯ ରୁଜୁ କରି ତଦନ୍ତ କରିଥିଲେ । ଏହି ଘଟଣାରେ ସଂପୃକ୍ତ ୬ଜଣ ସାବାଳକ ସମେତ ୩ ଜଣ ବାଳ ଅପରାଧି ମୋଟ ୯ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରକାଶ ବେହେରା (ବାପି) ରାଜକିଶୋରପଡ଼ା, ଦିପକ ବେହେରା (ଦିପୁ) ସୌଭାଗ୍ୟନଗର, ପପୁଲୁ ବାରିକ ମୋଚି ସାହି, ମୁନା ମୁଖି ସୁଇପର କଲୋନୀ, ବିଷ୍ଣୁ ବେହେରା (ବାରୁଦ) ସୌଭାଗ୍ୟନଗର, ଜଗନ୍ନାଥ ସାହୁ (ଜଗା) ଜରାସିଂହାଙ୍କ ସମେତ ମୁନା ନାଏକ ବେହେରା ସାହି, ସୋନୁ ଦାସ (ସୁମେସ) ମୋଚି ସାହି, ସୋମାନାଥ ବାରିକ (ଶମ୍ଭୁ) ବଢ଼େଇ ସାହି ହେମସୁରପଡ଼ାର ଅଟନ୍ତି । ଆଜି ଅପରାହ୍ନରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ନିୟମିତ ଭାବରେ ଅନୁଗୋଳ ହେମସୁରପଡ଼ାଠାରୁ ଜିନ୍ଦଲ ରୋଡ଼ ମଧ୍ୟରେ ବାରମ୍ବାର ଟ୍ରକ ଅଟକାଇ ରାତିରେ ମାରଧର କରି ଚାଳକଙ୍କଠାରୁ ଲୁଟପାଟ ଘଟଣା ଘଟୁଥିଲେ ମଧ୍ୟ ଅନୁଗୋଳ ଏବଂ ନିଶା ପୋଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ ନହେବା ଏବଂ ଢ଼ିଲା କାରଣରୁ ଘଟଣାମାନ ଘଟୁଛି । ଏହା ପୂର୍ବରୁ ମଧ୍ୟ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏକାଧିକ ଗ୍ୟାଙ୍ଗ ଏହି ଲୁଟପାଟ ଘଟଣାରେ ସଂପୃକ୍ତ ରହୁଥିବା ନଜରକୁ ଆସିଛି । ଏପରିକି ଗତ ୧୮ ତାରିଖରେ ଗିରଫ ହୋଇଥିବା ଦଳ ପ୍ରଥମ ଟ୍ରକକୁ ଲୁଟପାଟ କରିବା ପରେ ପଚରେ ଆସୁଥିବା ଆଉ ଏକ ଟ୍ରକକୁ ମଧ୍ୟ ଲୁଟପାଟ କରିଥିଲେ ବୋଲି ଅଭିଯୋଗକାରୀ ଚାଳକ ଜୟନ୍ତ ସାହୁ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

Read More...

ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page