ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

May 20, 2019, ଦେଶ, , Anupambharat News Bureau


ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ
Anupambharat News Bureau
May 20, 2019

ନୂଆଦିଲ୍ଲୀ: ୨୦୧୬ ସେପେଫମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ନୁହେଁ ଓ ପୂର୍ବରୁ ମଧ୍ୟ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ କଂଗ୍ରେସର ଦାବି ଭୁଲ ପ୍ରମାଣିତ ହୋଇଛି । ଏହା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି ସ୍ପଷ୍ଟ କରିଦେଇଛନ୍ତି ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିବା କମାଣ୍ଡ ଇନ୍‌ ଚିଫ୍‌ ଲେଫଫନାଣ୍ଟ ଜେନେରାଲ ରଣବୀର ସିଂହ । ଉରିଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଷ୍ଟ୍ରାଇକ୍‌ ୨୦୧୬ ସେପେଫମ୍ବରରେ କରାଯାଇଥିଲା । କିଛି ଦିନ ପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ ୟୁପିଏ ସରକାର ଅମଳରେ ଭାରତୀୟ ସେନା ୬ଟି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲାଛ ଆଉ ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଲା ଏସବୁ ଷ୍ଟ୍ରାଇକ୍‌ କେଉଁଦିନ ହୋଇଥିଲା ତା’ର ତାରିଖ ମଧ୍ୟ ଦେଇଥିଲେଛ ଶୁକ୍ଲା କହିଥିଲେ, କଂଗ୍ରେସ ଏଭଳି ଷ୍ଟ୍ରାଇକ୍ରୁ କ୍ରେଡିଟ୍‌ ନେବାକୁ ଚେଷ୍ଟା କରିନଥିଲାଛ କିଛି ଲୋକ ଗୋଟିଏ ଷ୍ଟ୍ରାଇକ୍‌ ପାଇଁ ଏତେ ଚର୍ଚ୍ଚା କରୁଛନ୍ତି । ନା ଡକଫର ମନମୋହନ ସିଂହ ନା ଅଟଳ ବିହାରୀ ବାଜପେୟୀ ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ କ୍ରେଡିଟ୍‌ ନେବାକୁ ପ୍ରେସ୍‌ କନ®ରେନ୍ସ କରି ନଥିଲେ । କି;ୁ ଏହି ପ୍ରସଙ୍ଗରେ ଲେଫଫନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି, କିଛି ଦିନ ଆଗରୁ ଡିଜିଏମ୍‌ଓ ଏକ ଆରଟିଆଇର ଉତ୍ତରରେ କହିସାରିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ଥର ପାଇଁ ୨୦୧୬ ମସିହାରେ ହୋଇଥିଲା । ରାଜନୀତିକ ଦଳଗୁଡ଼ିକ କ’ଣ କହୁଛନ୍ତି ବା ନକହୁଛନ୍ତି, ସେ ବିଷୟରେ ମୋର କିଛି କହିବାର ନାହିଁ, ସେମାନଙ୍କୁ ସରକାର ଉତ୍ତର ଦେବେଛ ମୁଁ କେବଳଆରଟିଆଇରେ ଦିଆଯାଇଥିବା ତଥ୍ୟକୁ ଉପସ୍ଥାପନ କରିଛି ଏବଂ ତାହା ହିଁ ସତ୍ୟ । ସୂଚନାଯୋଗ୍ୟ, ୨୦୧୬ ମସିହା ସେପେଫମ୍ବର ୧୮ ତାରିଖରେ ଉରିଠାରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍ଲାରେ ୧୮ ଜଣ ଯବାନ ସହିଦ ହୋଇଥିଲେଛ ଏହାର ପ୍ରାୟ ୧୦ ଦିନ ପରେ ଭାରତ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମଲ ହାସନଙ୍କୁ ମିଳିଲା ଜାମିନ

କମଲ ହାସନଙ୍କୁ ମିଳିଲା ଜାମିନ

Read More...

ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page