ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା

January 16, 2021, ଦେଶ, , Anupambharat News Bureau


ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା
Anupambharat News Bureau
January 16, 2021


ଭୁବନେଶ୍ୱର,୧୬ା୧(ଅନୁପମ ମିଡ଼ିଆ): କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା କୋଭିଡ୍‌ ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସୁରୁଖୁରୁରେ ପ୍ରଥମ ଦିନର ଟିକାକରଣ ଶେଷ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪% ଟିକାକରଣ ହୋଇଛି । ୧୩ ହଜାର ୭୪୫ ଜଣଙ୍କୁ ଟିକା ଦିଆଯାଇଛି । ଅନୁଗୁଳ ,ବାଲେଶ୍ୱର, କନ୍ଧମାଳ ,କୋରାପୁଟରେ ଶତପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ଦିନରେ ୧୬ ହଜାର ୩୧୪ ଜଣଙ୍କୁ ଟିକାଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ରାଜ୍ୟରେ ଟିକାକରଣ ପାଇଁ ୩ ଲକ୍ଷ ୩୮ ହଜାର ଜଣ ପଞ୍ଜୀକୃତ ହୋଇଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ସମସ୍ତ ପଞ୍ଜୀକୃତଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମଦିନରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଟିକାକରଣ କେନ୍ଦ୍ରରେ ୧୬୩୧୪ଜଣ କରୋନା ଯୋଦ୍ଧାଙ୍କୁ ଟିକାଦାନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୩,୨୯୨ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା ।
ରାଜ୍ୟର ସମସ୍ତ ଜିଲ୍ଲାରେ ଶନିବାରଠୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମଦିନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଉଛି । ରାଜ୍ୟରେ ସମସ୍ତ ଜିଲ୍ଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା । ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ୧୧ଟି ଲେଖାଁଏ ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟିକାଦାନ ବ୍ୟବସ୍ଥା ହୋଇଛି । ପ୍ରଥମଦିନରେ ଖୋର୍ଦ୍ଧା, ଗଞ୍ଜାମ, କଟକରେ ୧୧୦୦ ଜଣ ଲେଖାଏଁ କରୋନା ଯୋଦ୍ଧାଙ୍କୁ ଟିକାଦାନ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ମୟୂରଭଞ୍ଜରେ ୧୦୦୦ ଓ ଦେବଗଡ଼ରେ ସବୁଠୁ କମ୍‌ ୨୦୦ଜଣଙ୍କୁ ଟିକାକରଣ
ପାଇଁ ଟାର୍ଗେଟ୍‌ ରଖାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଜିଲ୍ଲାରେ ପ୍ରଥମଦିନରେ ଶତପ୍ରତିଶତ ଟାର୍ଗେଟ ପୂରଣ ହୋଇଥିବାବେଳେ ଭଦ୍ରକରେ ୧୦୯ ପ୍ରତିଶତ ଓ କୋରାପୁଟରେ ୧୦୫ ପ୍ରତିଶତ ଟିକାକରଣ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି

ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି

Read More...

୩୧ରୁ ଆରମ୍ଭ ହେବ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

୩୧ରୁ ଆରମ୍ଭ ହେବ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page