ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି

January 16, 2021, ଦେଶ, , Anupambharat News Bureau


ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି
Anupambharat News Bureau
January 16, 2021


ନୂଆଦିଲ୍ଲୀ, ୧୬ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତର କୋଭିଡ-୧୯ ଟୀକାକରଣ ଅଭିଯାନ ଅତ୍ୟନ୍ତ ମାନବୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେଆଧାରିତ । ସେ କହିଥିଲେ ଯେ ସର୍ବାଧିକ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଲୋକମାନଙ୍କ ପ୍ରତି ଅଧିକ ସଂକ୍ରମଣର ଆଶଙ୍କା ରହିଥିବ, ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ । ସେ କହିଥିଲେ ଯେ ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଖାନାର ସଫେଇ କର୍ମଚାରୀଙ୍କର ଟିକା ଉପରେ ପ୍ରଥମ ଅଧିକାର ରହିବ । ଏହି ପ୍ରାଥମିକତା ବ୍ୟବସ୍ଥା ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଡାକ୍ତରଖାନାରେ କାର୍ଯ୍ୟକାରୀ ହେବ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ-୧୯ ଟିକାକରଣର ସର୍ବଭାରତୀୟ ଅଭିଯାନକୁ ଶୁଭାରମ୍ଭ କରିବା ପରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ବିଚାର ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ଜରୁରି ସେବା ଯୋଗାଉଥିବା କର୍ମୀ ଏବଂ ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ଲୋକମାନଙ୍କୁ ଟିକା ଦିଆଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ସୁରକ୍ଷାବାହିନୀ, ପୋଲିସ କର୍ମୀ, ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀମାନଙ୍କୁ ପ୍ରାଥମିକତା ଦିଆଯିବ । ଏହି ସଂଖ୍ୟା ପାଖାପାଖି ୩ କୋଟି ହେବ ଏବଂ ଭାରତ ସରକାର ଏମାନଙ୍କର ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅଭିଯାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସମ୍ପର୍କରେ ବିସ୍ତାର ପୂର୍ବକ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୁଇଟି ଡୋଜ ଟିକା ନେବା ଲାଗି ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ, ଦୁଇଟି
ଡୋଜ ମଧ୍ୟରେ ଗୋଟିଏ ମାସର ବ୍ୟବଧାନ ରହିବ । ସେ ଲୋକମାନଙ୍କୁ ଟିକାର ଦୁଇଟି ଡୋଜ ନେବା ପରେ ମଧ୍ୟ ସତର୍କତା ବଜାୟ ରଖିବା ନିମନ୍ତେ ନିବେଦନ କରିଥିଲେ । କାରଣ ଟିକାର ଦ୍ୱିତୀୟ ଡୋଜ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ସମ୍ପୂର୍ଣ୍ଣ କରୋନା
ବିରୋଧୀ ଲଢ଼େଇ ସମୟରେ ଦେଶବାସୀ ଯେପରି ଧୈର୍ଯ୍ୟର ପରିଚୟ ଦେଇଥିଲେ, ଟିକାକରଣ ସମୟରେ ମଧ୍ୟ ସେପରି ଧୈର୍ଯ୍ୟର ପ୍ରଦର୍ଶନ କରିବା ଲାଗି ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ

ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ

Read More...

ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା

ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page