ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ

January 16, 2021, ଦେଶ, , Anupambharat News Bureau


ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ
Anupambharat News Bureau
January 16, 2021


ଚାଷୀ ଆନ୍ଦୋଳନ କ୍ରମେ ତୀବ୍ର ହେଉଥିବା ଯୋଗୁଁ ଏହାର ଆଶୁ ସମାଧାନ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି କମିଟି ଗଠନ କରିଥିଲେ । ଅନ୍ୟପଟରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକମାନେ ସରକାରଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍‌ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ ଏଫ ଜେ) ଏ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କୁ ଧମକ ଦେଇଛି । ଶିଖ୍‌ ଫର ଜଷ୍ଟିସ୍‌ ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ କହିଛି କି, ଜାନୁଆରି ୨୬ରେ କୃଷକମାନେ ଆୟୋଜିତ କରୁଥିବା କେଶରୀ ଟ୍ରାକଫର ରାଲିକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ । ଏହା ସହ ଶିଖ୍‌ ଫର ଜଷ୍ଟିସ୍‌ ବୋବଡେଙ୍କୁ ଏକ ପୁରୁଣା ମାମଲାର ଦୋଷୀ ବୋଲି କହିଛି ।
ସଂଗଠନ କହିଛି କି ଶିଖଙ୍କୁ ଯେଉଁମାନେ ଗଣହତ୍ୟା କରିଥିଲେ ତାଙ୍କ ସହିତ ସେ ଥିଲେ । ଏବେ କୃଷକଙ୍କ ଗଣହତ୍ୟା ମାମଲାରେ ନରେନ୍ଦ୍ର ମୋଦୀଙ୍କ ସହ ବୋବଡେ ଥିବା କଥା ସଂଗଠନ ଦାବି କରିଛି । ଏହା ସହ ସଂଗଠନ କହିଛି, ଏହା ୧୯୯୦ ମସିହା ନୁହେଁ, ୨୦୨୧ ମସିହା । ତେଣୁ ଶିଖ୍‌ ଫର ଜଷ୍ଟିସ୍‌ ସମସ୍ତ ନ୍ୟାୟକୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିଚାର କରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କ ଲୋକପ୍ରିୟତା ବଢ଼ୁଛି

ନବୀନଙ୍କ ଲୋକପ୍ରିୟତା ବଢ଼ୁଛି

Read More...

ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି

ସର୍ବାଧିକ ଆବଶ୍ୟକତାଙ୍କୁ ପ୍ରଥମେ ଟିକା: ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page