ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

January 24, 2021, ଦେଶ, , Anupambharat News Bureau


ଭାରତ-ଚୀନ୍‌ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା
Anupambharat News Bureau
January 24, 2021


ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ । ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି ।
ଏହି ବୈଠକରେ ଉଭୟ ଚୀନ-ଭାରତ, ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି । ଏହି ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଇଛି । ଚୀନ୍‌ ସୀମା ରେଖା ସ୍ଥିତ ମୋଲେïାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମୋଲେïା ଭାରତସ୍ଥିତ ଚୁଶୁଲ ସେକଫରର ଠିକ୍‌ ବିପରୀତରେ ଚୀନ ସୀମା ମଧ୍ୟରେ ଅବସ୍ଥିତ । ପ୍ରତିଥର ଭଳି ରବିବାର ମଧ୍ୟ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ ଆଲୋଚନା ବେଳେ ଉପସ୍ଥିତ ରହିବେ । ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି । ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ । ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଗତ ୯ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବାଇବା ସହ ଏବଂ ଭାରି ହତିଆର ମୁତୟନ କରିଛନ୍ତି । ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍‌, ଟ୍ୟାଙ୍କ୍‌ ମୁତୟନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡିବନି ଚାର୍ଜ

Read More...

ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା

ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦଦ ନାରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page