ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ

January 24, 2021, ଦେଶ, , Anupambharat News Bureau


ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ
Anupambharat News Bureau
January 24, 2021


ନୂଆଦିଲ୍ଲୀ,୨୪ା୧:ଦେଶବ୍ୟାପୀ କୃଷି ଆଇନକୁ ଚାଷୀମାନେ ତୀବ୍ର ବିରୋଧ କରିଛନ୍ତି । ଆନ୍ଦୋଳନର ମାତ୍ରା ଏଭଳି ବ୍ୟାପକ ହୋଇଛି ଯେ, ଏହା କେବଳ ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ସୀମିତ ନରହି, ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପକ ହେବାରେ ଲାଗିଛି । କେନ୍ଦ୍ରର ନୂତନ କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି । ଗଣତନ୍ତ୍ର ଦିବସରେ କୃଷକମାନେ ଏକ ବିଶାଳ ଟ୍ରାକଫର ର୍ୟାଲିର ଆୟୋଜନ କରିଛନ୍ତି । ଉକ୍ତ ର୍ୟାଲିକୁ ଅନୁମତି ମଧ୍ୟ ମିଳିଛି । ତେବେ ଆଜିଠାରୁ ମହାରାଷ୍ଟ୍ରର ୧୧ଟି ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଏକତ୍ରିତ ହୋଇ ଶନିବାର ଦିନ ନାସିକରେ ପହଞ୍ଚିଥିଲେ । ଏହା ବ୍ୟତୀତ ନାସିକରୁ ୧୮୦ କିମ ଦୂର ପର୍ଯ୍ୟନ୍ତ ଯାତ୍ରା କରି ରବିବାର ମୁମ୍ବାଇରେ ପହଞ୍ଚିଥିଲେ । ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଏହି ପଦଯାତ୍ରା କରାଯାଉଥିବାବେଳେ କୃଷକମାନେ ମୁମ୍ବାଇରେ ଏକାଠି ହୋଇ ଏକ ର୍ୟାଲି ଯୋଜନା କରିଛନ୍ତି । ପ୍ରାୟ ୧୫,୦୦୦ କୃଷକ ଶନିବାର ଦିନ ନାସିକରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରି ଆଜି ପହଞ୍ଚିଥିଲେ । ଚାଷୀମାନେ ବିଭିନ୍ନ କାର୍‌, ଜିପ୍‌, ଭ୍ୟାନ୍‌ ଓ ଟ୍ରକ୍‌ ସହାୟତାରେ ମୁମ୍ବାଇନଗରୀରେ ପହଞ୍ଚିଛନ୍ତି । ସୋମବାର ମୁମ୍ବାଇର ଆଜାଦ ମଇଦାନରେ ଏକ ର୍ୟାଲି ଆୟୋଜନ କରାଯାଇଛି । ଶାସକ ମହାବିକାଶ ଅଘାଡ଼ି ସରକାରଙ୍କ ଏକ ସଦସ୍ୟ ଭାବରେ ଏନ୍‌ସିପିର ମୁଖ୍ୟ ସରଦ ପାୱାର୍‌ ଉକ୍ତ ର୍ୟାଲିରେ ଯୋଗଦେବେ । ମହାରାଷ୍ଟ୍ରରେ କଂଗ୍ରେସ ପକ୍ଷରୁ ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରାଯାଇଛି । ସୂଚନା ଥାଉ କି ଗଣତନ୍ତ୍ର ଦିବସ ଅବସରରେ ‘କିଷାନ୍‌ ଗଣତନ୍ତ୍ର ପରେଡ୍‌’ରେ ଭାଗ ନେବାକୁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି । ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଟ୍ରାକଫରଗୁଡିକ ଟିକରୀ ସୀମାରେ ପହଞ୍ଚିଛନ୍ତି । ସଂଯୁକ୍ତ କିଷାନ୍‌ ମୋର୍ଚା କୃଷକମାନଙ୍କୁ ୨୩ ରୁ ୨୬ ଜାନୁଆରି ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ଭାଗ ନେବାକୁ କହିଛି । ସୂଚନା ଥାଉ କି ନଭେମ୍ବର ୨୬ ତାରିଖରୁ କୃଷକମାନେ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକଫର୍‌ ପରେଡ୍‌ କରିବାକୁ ଅନୁମତି ମିଳିଛି । ତେବେ ନଗରୀରେ ଗଣତନ୍ତ୍ର ଦିବସ ପାରେଡ ପରବର୍ତ୍ତୀ ସମୟରେ ହିଁ ଉକ୍ତ ଟ୍ରାକଫର ର୍ୟାଲିକୁ ପରିଚାଳନା କରିବା ପାଇଁ ଅନୁମତି ମିଳିଛି । ଦିଲ୍ଲୀ ପୁଲିସ ୧୦୦ କିମି ଟ୍ରାକଫର୍‌ ପରେଡ୍‌ ପାଇଁ ଅନୁମତି ଦେଇଛି
ବୋଲି ଚାଷୀ ନେତାମାନେ କହିଛନ୍ତି । ଅନ୍ୟପକ୍ଷରେ ନୂଆ କୃଷି ଆଇନ ନେଇ ଚାଷୀ ନେତାମାନେ ସରକାରଙ୍କ ପ୍ରସ୍ତାବରେ ରାଜି ନଥିବା ବେଳେ ସରକାର ୧୮ ମାସ ପାଇଁ କୃଷି ଆଇନ କାର୍ଯ୍ୟକାରୀ ହେବ ନାହିଁ ବୋଲି ସ୍ପଷ୍ଟ ନିଷ୍ପତ୍ତି ଶୁଣାଇଥିଲେ ସୁଦ୍ଧା ଏହାକୁ ଚାଷୀ ସଂଗଠନମାନେ ଗ୍ରହଣ କରିନାହାଁନ୍ତି । ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ ବୋଲି ଜିଦ୍‌ରେ ରହିଛନ୍ତି ଚାଷୀ । ଏହା ବ୍ୟତୀତ ଚାଷୀମାନଙ୍କ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି) ଉପରେ ସରକାର ସ୍ପଷ୍ଟ ସିଦ୍ଧାନ୍ତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗା ଦର୍ଶନ ଆହୁରି ସହଜ ହେବ:  ହଟିବ ବ୍ୟାରିକେଡ଼

ଜଗା ଦର୍ଶନ ଆହୁରି ସହଜ ହେବ: ହଟିବ ବ୍ୟାରିକେଡ଼

Read More...

ବଜେଟ୍‌ ଆପ୍‌ ଉନ୍ମୋଚିିତ

ବଜେଟ୍‌ ଆପ୍‌ ଉନ୍ମୋଚିିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page