ଜଗା ଦର୍ଶନ ଆହୁରି ସହଜ ହେବ: ହଟିବ ବ୍ୟାରିକେଡ଼

January 24, 2021, ଓଡ଼ିଶା, , Anupambharat News Bureau


ଜଗା ଦର୍ଶନ ଆହୁରି ସହଜ ହେବ:  ହଟିବ ବ୍ୟାରିକେଡ଼
Anupambharat News Bureau
January 24, 2021


ପୁରୀ, ୨୪ା୧(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ଜଗା ଦର୍ଶନକୁ ଆହୁରି ସହଜ କରାଯିବ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଲଭଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଥିବା ବ୍ୟାରିକେଡ୍‌ ଆସନ୍ତା କାଲିଠୁ ହଟିବ । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କନୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି । ବିଶେଷ କରି ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ବ୍ୟାରିକେଡ୍‌ ଖୋଲାଯିବ ବୋଲି ସେ କହିଛନ୍ତି । ଶ୍ରଦ୍ଧାଳୁଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏସପି କହିଛନ୍ତି । ଅନ୍ୟପକ୍ଷେ ଶ୍ରୀମନ୍ଦିର ଭିତର ଓ ବାହାର ଆଜି ସାନିଟାଇଜ୍‌ କରାଯାଇଛି । ଏଥିଯୋଗୁଁ ସାଧାରଣ ଦର୍ଶନ ଆଜି ଦିନକ ପାଇଁ ବନ୍ଦ ରହିଛି । ତେବେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଯଥାବିଧି ଜାରୀ ରହିଛି । ଗତ ୨୧ରୁ ବିନା କୋଭିଡ଼୍‌ ରିପୋର୍ଟ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର କାର୍ଯ୍ୟାଳୟର ସ୍ପେଶିଆଲ ଅପରେଟିଙ୍ଗ ପ୍ରୋସିଜୁ୍ୟର (ଏସଓପି) ଅନୁଯାୟୀ ଫେବୃୟାରୀ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଠାରେ ସୂଚନାଯୋଗ୍ୟ, ଗତକାଲି ୫୦ ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ରେକର୍ଡ଼ ସଂଖ୍ୟାକ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହୁଣ୍ଡିରେ ଦାନ କରିଥିଲେ । ଆସନ୍ତା କାଲିଠାରୁ ପୁଣି ଥରେ ଯଥାବିଧି ଭକ୍ତ ମାନେ ବିନା କରୋନା ରିପୋର୍ଟରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା

ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା

Read More...

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page