ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ

January 28, 2021, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ
Anupambharat News Bureau
January 28, 2021


ଚିକିଟି,୨୮ ।୧(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ର ଏକ ଅଞ୍ଚଳରେ ଆଜି ଦ୍ୱିପ୍ରହରେ ଜଣେ ୮ ବର୍ଷର ନାବାଳିକାକୁ ଦୁଇ ଜଣ କୁଖ୍ୟାତ ଯୁବକ ଦୁଷ୍କର୍ମ କରିବାରୁ ବିଫଳ ହେବା ପରେ ତାର ତଣ୍ଟିକାଟି ହତ୍ୟା ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ତେବେ ଅଭିଯୁକ୍ତକୁ ଗ୍ରାମବାସୀ ଧରି ନିର୍ଧୁମ ଛେଚିବା ପରେ ପୋଲିସର ଜିମା ଦେଇଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ତାଙ୍କ ଘରେ ଏକାକୀ ଥିବା ବେଳେ ଦୁଇ ଅଭିଯୁକ୍ତ ରୁତୁ ବେହେରା ଓ ହେମନ୍ତ ବେହେରା ଚକଲେଟ ଦେବା ବାହାନାରେ ପ୍ରଲୋଭନ ଦେଖାଇ ଡ଼ାକି ନେଇଥଲେ । ଏହା ପରେ ଘରର ଶହେ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ଘର ଭିତରକୁ ନେଇ ନାବାଳିକୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଚିତ୍କାର କରିବାରୁ ଅଭିଯୁକ୍ତ ଦ୍ୱୟ ଏକ ଧାରୁଆ ଅସ୍ତ୍ରରେ ମୁହଁ ଓ ପାଟିକୁ ଆଘାତ କରି ତା’ର ଗଳାକୁ କାଟିବା ବେଳେ ପାଟି ଶୁଣି କିଛି ଲୋକ ଘର କବାଟ ଭାଙ୍ଗି ପଶି ଜଣକୁ ଧରିଥିଲେ । ତେବେ ଅନ୍ୟଜଣେ ସେଠାରୁ ଫେରାର ହୋଇ ଯାଇଥିଲା । ଧରାପଡ଼ିଥିବା ଅଭିଯୁକ୍ତ ରୁତୁକୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରିଥିଲେ । ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ଅଟକ ଅଭିଯୁକ୍ତ ରୁତୁକୁ ଧରିନେବା ପରେ ପରେ ଉତ୍ୟକ୍ତ ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ଅନ୍ୟତମ ଅଭିଯୁକ୍ତ ହେମନ୍ତକୁ ବି ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ଼ମେଡ଼ିକାଲ୍‌କୁ ପଠାଯାଇ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରାଯାଉଥିବା ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଉକ୍ତ ଦୁର୍ବୁତ୍ତ ଦ୍ୱୟ ପ୍ରଥମେ
କଲୋନୀର ୮,୧୦ ଟି ଘର କବାଟ ପିଟି ଥିବା ଏବଂ କେହି କବାଟ ନ ଖୋଲିବାରୁ ଶେଷରେ ଥିବା ପରିତ୍ୟକ୍ତ ଘରକୁ ଶିଶୁଟି କୁ ନେଇଥିବା କୁହାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ରୁତୁ ବେହେରା ନାମରେ ଗୁଜୁରାଟରେ ଏକାଧିକ ମାମଲା ବିଚାରଧୀନ ଥିବା କୁହାଯାଇଛି । ଦୁଇ ଅଭିଯୁକ୍ତକୁ ପୋଲିସ ଅଟକ ରଖି ଜେରା ଚଳାଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !

ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !

Read More...

ଗାଜିପୁର ସୀମାରେ ୧୪୪ ଲାଗୁ,  ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

ଗାଜିପୁର ସୀମାରେ ୧୪୪ ଲାଗୁ, ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page