ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !

January 28, 2021, ଓଡ଼ିଶା, , Anupambharat News Bureau


  ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !
Anupambharat News Bureau
January 28, 2021


ଯାଜପୁର, ୨୮ା୧(ଅନୁପମ ମିଡିଆ): ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ(୨୧) କୁ ହତ୍ୟାକରି ଯାଜପୁର ଜିଲ୍ଲାର କୁଆଖିଆ ନିକଟସ୍ଥ ମୂଳାପାଳ-ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ ଫିଙ୍ଗିଦେଇ ଚାଲିଯିବା ଘଟଣାରେ ପୋଲିସ୍‌ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ୱାଇଁ ଓରଫ ନନ୍ଦୁ ନାମକ ଜଣେ ଯୁବକକୁ ଗିରଫ କରିଥିବା କୁହାଯାଇଛି । ସମ୍ପୃକ୍ତ ଯୁବକ ଜଣକ ଝରାଫୁଲର ପୁରୁଷ ବନ୍ଧୁ ବୋଲି କୁହାଯାଉଛି । ଘଟଣା ପରେ ଝରାଫୁଲର ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଯାଜପୁର ପୋଲିସ୍‌ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରୁ ରାକେଶକୁ ଉଠାଇ ଆଣିଥିଲେ । ଏହାପରେ ତାକୁ ଜେରା କରିବା ପରେ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଥିଲେ ସୁଦ୍ଧା ପୋଲିସ ଏନେଇ କିଛି ପ୍ରକାଶ କରିନଥିବା ଜଣାପଡ଼ିଛି ।
ସିସି ଟିଭି ଫୁଟେଜ୍‌ ଓ ଝରାଫୁଲଙ୍କ ପିତା ରମାକାନ୍ତ ନାୟକଙ୍କ ତଥ୍ୟ ଆଧାରରେ ସ୍କୁଟରଯୋଗେ ଝରାଫୁଲର ମୃତଦେହ ଆଣିଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରିଥିବାର ପୋଲିସ୍‌ ପ୍ରକାଶ କରିଛି ଓ ଏକ ଟିମ୍‌ ଗଠନ କରି ସମସ୍ତ ଅପରାଧୀଙ୍କୁ ଧରିବାପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି । ପ୍ରକାଶଯେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଗତ ୨୪ତାରିଖରେ ଭୂବନେଶ୍ୱର ଅଭିମୁଖେ ଘରୁ ବାହାରିଥିଲା । ୨୫ତାରିଖରେ ତାକୁ ପାଠ ପଢ଼ାଇଥିବା ଶିକ୍ଷକ ଚକ୍ରଧର ବେହେରାଙ୍କ ଘରେ ପହଁଚିଥିଲେ । ସେଠାରେ ଚକ୍ରଧର ଝିଅଙ୍କ ଜନ୍ମଦିବସ ୨୫ତାରିଖରେ ପାଳନକରି ୨୬ତାରିଖ ୧୧.୧୫ମିନିଟ ସମୟରେ ଯଶିପୁର ବସ୍‌ରେ ବସିଥିଲେ । ବସ୍‌ କଣ୍ଡକଫରଙ୍କ ସୂଚନା ମୁତାବକ ବାଣୀବିହାର ଛକରେ ପେଟକାଟୁଥିବାରୁ ସୌଚ କାର୍ଯ୍ୟ ପାଇଁ ଓହ୍ଲାଇ ପଡ଼ିଥିଲେ । ୨୭ତାରିଖରେ ଝରାଫୁଲର ମୃତ ଦେହ ମିଳିଥିଲା । ଝରାଫୁଲର ବାପା ରମାକାନ୍ତ ନାୟକଙ୍କ କହିବା ଅନୁସାରେ ତାଙ୍କ ଗାଁ ରୁଣ୍ଡେଇପଶି ଠାରେ ଏଲ୍‌ ଆଣ୍ଡ ଟି କମ୍ପାନି ତରଫରୁ ପାଇପ୍‌ ଲାଇନ କାର୍ଯ୍ୟ ଚାଲୁଛି । ଏହି ପାଇପ୍‌ ଲାଇନ କାର୍ଯ୍ୟରେ କାମ କରୁଥିବା ରାକେଶ ସ୍ୱାଇଁ ସହିତ ତାଙ୍କ ଝିଅର ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା । ବହୁ ସମୟରେ ଉଭୟଙ୍କ ମଧ୍ୟରେ ଚାଟିଂ ହେଉଥିଲା । ବାପା ରମାକାନ୍ତ ଝିଅକୁ ବହୁବାର ଏଥିରୁ ବିରତ ହେବାପାଇଁ ବୁଝାଇଥିଲେ କି;ୁ ଝିଅ ଗୁପ୍ତରେ ସମ୍ପର୍କ ରଖିଥିଲା । ଝିଅର ମୋବାଇଲ୍‌ କଲ୍‌ ରେକର୍ଡ଼କୁ ଆଧାରକରି ତଦନ୍ତ କରିବାପାଇଁ ପୋଲିସ୍‌କୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ଆସପଣ୍ଡ ଇଟା ଫ୍ୟାକଫ୍ରି ସିସିଟିଭି ଫୁଟେଜରୁ ମିଳିଥିବା ସୁରାକ ଆଧାରକରି ଦୁଇ ସ୍କୁଟି ଆରୋହି ଯୁବକଙ୍କୁ ପୋଲିସ୍‌ ଚିହ୍ନଟ କରିଥିଲେ ମଧ୍ୟ ସେମାନେ ଫେରାର୍‌ ଥିବାରୁ ସେମାନଙ୍କୁ ଧରିପାରି ନାହିଁ । ଜଣେ ଆଦିବାସୀ ଛାତ୍ରୀ ସୁଦୁର ମୟୁରଭଞ୍ଜରୁ ଆସି ଭୂବନେଶ୍ୱରରେ ପାଠପଢ଼ିବାପାଇଁ ଆସିଥିବାବେଳେ ତାର ରହସ୍ୟ ଜନକ ହତ୍ୟା ସବୁ ମହଲରେ ଚହଳ ପକାଇ ଦେଇଛି । ଏଠାରେ ପ୍ରଶ୍ନ ଉଠୁଛି ଅପରାଧିମାନେ ଜଦି
ଭୂବନେଶ୍ୱରରେ ଅପରାଧ ଘଟାଇଛନ୍ତି ତେବେ ଏକ ସ୍କୁଟିର ଯୋଗେ ଝରାଫୁଲର ଶବକୁ ବୋହି ଆଣି ଭୂବନେଶ୍ୱରଠାରୁ ୧୦୦କି.ମି ଦୂର ମୂଳାପାଳ ରାଜେନ୍ଦ୍ରପୁର ରାସ୍ତା କଡ଼ରେ ଫିଙ୍ଗିଲେ କାହିଁକି? ଏକ ଶବକୁ ମଝିରେ ବସାଇ ଆଣିବା ସମୟରେ ଅନେକ ଥାନା ଅତିକ୍ରମ କରିଛନ୍ତି । ବାଟରେ ମଧ୍ୟ ଅନେକ ସ୍ଥାନରେ ସିସିଟିଭି ଲାଗିଛି । ବାଟରେ କେମିତି ଧରା ପଡ଼ିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା

ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା

Read More...

ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ

ନାବାଳିକାକୁ ଦୁଷ୍କର୍ମ ବିଫଳ ପରେ ହତ୍ୟା ଉଦ୍ୟମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page