ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା

January 28, 2021, ଓଡ଼ିଶା, , Anupambharat News Bureau


ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା
Anupambharat News Bureau
January 28, 2021


ବ୍ରହ୍ମପୁର,୨୮ା୧(ଅନୁପମ ମିଡ଼ିଆ): ଫୁଡ଼ ଲାଇସେନ୍ସ ନାଁରେ ଚାଲିଛି ଠକେଇ । ଚଢ଼ାଉ ନାଁରେ ବ୍ୟବସାୟୀଙ୍କୁ ଡରାଇ ଧମକାଇ ହଜାରେ ହଜାରେ ଟଙ୍କା ଲୁଟି ନେଉଛନ୍ତି କିଛି ତଥାକଥିତ ସଂସ୍ଥା । ପୋଲିସ ଓ ପ୍ରଶାସନ ଏହି ସଂସ୍ଥା ଗୁଡ଼ିକର ଜାଲିଆତିର ପର୍ଦ୍ଦାଫାସ ନକଲେ ଆମାମୀ ଦିନରେ ଏହି ଘଟଣା ମହା ଠକେଇର ରୂପ ନେବା ଆଶଙ୍କା ଦୃଢ଼ିଭୂତ ହେବାରେ ଲାଗିଛି । ଘଟଣା ସଂକ୍ରାନ୍ତରେ ମିଳିଥିବା ସୂଚନା ପ୍ରକାରେ ସହରର ଅନ୍ୟତମ ପ୍ରମୁଖ ଛକ ସିଟି ହସ୍ପିଟାଲ ଛକର କେତେକ ବ୍ୟବସାୟୀ ଫୁଡ ଲାଇସେନ୍ସ ନାଁରେ ଠକେଇର ଶିକାର ହୋଇଥିବା ଘଟଣା ପଦାକୁ ଆସିଛି । ଉକ୍ତ ଛକରେ ଥିବା କେତେକ ଉଠା ଓ ସ୍ଥାୟୀ ଦୋକାନୀଙ୍କୁ ଫୁଡ ଲାଇସେନ୍ସ ଯୋଗାଇଦେବା କହି ଜଣକ ପିଛା ୯୮୦/- ଲେଖାଏଁ ଆଦାୟ କରିଛି ଭୁବନେଶ୍ୱରର ଲୋବେଲାଇଟ ଇନେ®ାଟେକ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ।
ତେବେ ଏହି ସଂସ୍ଥା ଫୁଡ ଲାଇସେନ୍ସ ଦେବାକୁ ସରକାରୀ ସ୍ୱୀକୃତି ପାଇଛିକି ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ସେଠାରେ ଏକ ଚା’ ଦୋକାନୀ ପ୍ରଦୀପ ପଟ୍ଟନାୟକ ଠକାମୀର ଶିକାର ହୋଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପ୍ରାୟ ୩ରୁ ୪ ଜଣ ଅଜଣା ଯୁବକ ଆସି ତାଙ୍କୁ ଫୁଡ ଲାଇସେନ୍ସ ଯୋଗାଇଦେବାକୁ କହି ୯୮୦ ଟଙ୍କାର ରସିଦ ଦେଇଥିଲେ । ରସିଦର ନକଲ ଦୋକାନ ସମ୍ମୁଖରେ ଝୁଲାଇଦେଲେ କୌଣସି ସରକାରୀ ଚଢ଼ାଉ କିମ୍ବା କଟକଣା ରହିବ ନାହିଁ ବୋଲି କହିଥିଷଲ । ।ତେବେ ଏନେଇ ପ୍ରଥମେ ପ୍ରଦୀପ ଅମଙ୍ଗ ହୋଇଥିଲେ । ତେବେ ବର୍ତ୍ତମାନ ସହରରେ ଜୋରଦାର ଚଢ଼ାଉ ଜାରି ରହିଛି , ଏଣୁ ଫୁଡ ଲାଇସେନ୍ସ ନଥିଲେ ତାଙ୍କ ନାମରେ ମାମଲା ରୁଜୁ ହେବ ବୋଲି ଧମକାଇଥିଲେ । ଏପରିକି ଏହି ଲାଇସେନ୍ସ କେନ୍ଦ୍ର ଦେଉଥିବାରୁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସଂସ୍ଥାଠାରୁ ଏହାର ଗୁରୁତ୍ୱ ଯଥେଷ୍ଟ ଅଧିକ ବୋଲି କହିଥିଲେ ସମ୍ପୃକ୍ତ ଯୁବକ । ଫଳରେ ଏଥିରେ ବିଶ୍ୱାସ କରି ସେମାନଙ୍କ ଦାବି ଟଙ୍କା ଦେଇଥିଲେ ପ୍ରଦୀପ । କେବଳ ପ୍ରଦୀପ ନୁହନ୍ତି ସେଠାରେ ଅନ୍ୟ ଦୋକାନୀ ମଧ୍ୟ ଫୁଡ ଲାଇସେନ୍ସ ନାଁରେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ବାସ୍ତବିକ ଏହି ସଂସ୍ଥା କଣ, ଏବଂ ଫୁଡ ଲାଇସେନ୍ସ ଦେବା ପାଇଁ ଏମାନେ କେନ୍ଦ୍ର ସରକାରଙ୍କ ଠାରୁ ସ୍ୱୀକୃତି ପାଇଛନ୍ତିକି ନାହିଁ ସରକାର ତାହାର ବିବରଣୀ ଦେବାସହିତ ଜନସଚେତନତା ସୃଷ୍ଟି କରିବା ସହ ତୁରନ୍ତ ଏହିଭଳି ସଂସ୍ଥାକୁ ରଦ୍ଧ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ ଦାବି କରୁଛନ୍ତି ଅଞ୍ଚଳବାସୀ ।
ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ସମୟରେ ରାଜ୍ୟବ୍ୟାପୀ ଏହି କେଳେଙ୍କାରୀ ପ୍ରସାରିତ ହୋଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ମତବ୍ୟକ୍ତ କରନ୍ତି ବୁଦ୍ଧିଜୀବୀ । ପ୍ରକାଶଥାଉକି ଅଜ୍ଞାନତାର ସୁଯୋଗ ଏବଂ ଲୋଭନୀୟ ଅଫର ଦେଇ ନେଇ ବିଭିନ୍ନ ସଂସ୍ଥା ଲୋକଙ୍କୁ ଠକେଇ କରିବାର ଦୃଷ୍ଟାନ୍ତ ରହିଛି । ହାତଗୁଡ଼ କହୁଣିକୁ ଯିବାପରେ ଚେତିବା ବେଳେକୁ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ଥାଏ । ତେଣୁ ଏହି ଘଟଣାରେ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେଇ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବର୍ତ୍ତମାନ ଜରୁରୀ ହୋଇ ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

Read More...

  ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !

ଝରାଫୁଲ ହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page