୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା : ଟିକାକରଣରେ ଭାରତ ଆଗୁଆ

January 30, 2021, ଦେଶ, , Anupambharat News Bureau


୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା :  ଟିକାକରଣରେ ଭାରତ ଆଗୁଆ
Anupambharat News Bureau
January 30, 2021


ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତି ପାଇବା ପାଇଁ ସମଗ୍ର ବିଶ୍ୱରେ ଭାରତରେ ହିଁ ପ୍ରଥମ ଥର ପାଇଁ ଟିକାକରଣ ଆରମ୍ଭ ହୋଇଛି । ଜରୁରୀ ସ୍ଥିତିରେ ଅନୁମତି ମିଳିବା ପରେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟଧାରାରେ ଇତିମଧ୍ୟରେ ଦେଶରେ ୩୭ ଲକ୍ଷରୁ ଉଧ୍ୱର୍ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ଏହା ମଧ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରାଯାଇଛି । ରାଜସ୍ଥାନରେ ସର୍ବାଧିକ ୩ ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଥିବା ବେଳେ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବହୁ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ସହିତ କଥାବାର୍ତ୍ତା କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ଥିତିର ସମୀକ୍ଷା କରିଛନ୍ତି । ଏଭଳି କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଟିକାକରଣ ବ୍ୟବସ୍ଥାରେ ନିଶ୍ଚିତ କିଛି ଉନ୍ନତି କରିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଦେଶରେ ଯଥେଷ୍ଟ ପରିମାଣରେ ଟିକା ରହିଛି । ଚଳିତ ଦିନରେ ଲୋକଙ୍କ ସୁବିଧା ପାଇଁ କୋ-ଉଇନ୍‌ ଆପ୍‌ ଦ୍ୱାରା ପଞ୍ଜିକରଣ କରାଯାଇପାରୁଛି । ଟିକା ନେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କିଭଳି ପ୍ରମାଣପତ୍ର ଦିଆଯାଇପାରିବ ଏହାକୁ ମଧ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ସୂଚନାଯେ, ଭାରତରେ
ଟିକାକରଣ ଆରମ୍ଭ ହେବା ପରେ ପରେ
ଭାରତ ଟିକା ଆମେରିକାକୁ ରତ୍ପାନୀ କରାଯାଉଥିବା ଜଣାପଡିଛି । ଭାରତରୁ ୮.୭ ଲକ୍ଷ ଆଷ୍ଟ୍ରାଜେନିକା ଭ୍ୟାକ୍‌ସିନ ଡୋଜ୍‌ ମେକ୍ସିକୋକୁ ପଠାଯିବ ଏବଂ ଫେବୃଆରୀ ମାସରେ ହିଁ ଏହି ଟିକା ପଠାଇବାକୁ ଯୋଜନା କରାଯାଇଛି ।
୩୦ ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ୧୮ ଦିନ, ଇସ୍ରାଏଲ୍‌ ୩୩ ଦିନ ଏବଂ ଇଂଲଣ୍ଡ୍‌ ୩୬ ଦିନ ସମୟ ନେଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳୀରୁ ଜଣାପଡ଼ିଛି । ଉପରୋକ୍ତ ଦେଶମାନଙ୍କ ଠାରୁ ବହୁ ପଛରେ ଭାରତ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଟିକାଦାନ ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେବୃୟାରୀ ପାଇଁ ଗାଇଡ଼ଲାଇନ,  ପହିଲାରୁ ଖୋଲିବ ଅଙ୍ଗନୱାଡି :  ଦିନକୁ ଦୁଇ ଘଣ୍ଟା,  ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ ,  ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି

ଫେବୃୟାରୀ ପାଇଁ ଗାଇଡ଼ଲାଇନ, ପହିଲାରୁ ଖୋଲିବ ଅଙ୍ଗନୱାଡି : ଦିନକୁ ଦୁଇ ଘଣ୍ଟା, ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ , ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି

Read More...

ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page