ଫେବୃୟାରୀ ପାଇଁ ଗାଇଡ଼ଲାଇନ, ପହିଲାରୁ ଖୋଲିବ ଅଙ୍ଗନୱାଡି : ଦିନକୁ ଦୁଇ ଘଣ୍ଟା, ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ , ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି

January 30, 2021, ଓଡ଼ିଶା, , Anupambharat News Bureau


ଫେବୃୟାରୀ ପାଇଁ ଗାଇଡ଼ଲାଇନ,  ପହିଲାରୁ ଖୋଲିବ ଅଙ୍ଗନୱାଡି :  ଦିନକୁ ଦୁଇ ଘଣ୍ଟା,  ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ ,  ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି
Anupambharat News Bureau
January 30, 2021


ଭୁବନେଶ୍ୱର, ୩୦ା୧(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଶନିବାର ଫେବୃଆରୀ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି ରହିବ । କଣ୍ଟେନ୍‌ମେଣ୍ଟ ଜୋନ ବାହାରେ ଫେବୃଆରୀରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଫେବୃଆରୀ ୧ତାରିଖରୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି । ଏହା ସହ ଅନ୍ତେଷ୍ଟିକ୍ରିୟା ଏବଂ ବିବାହ ପାଇଁ ଯୋଗଦାତାଙ୍କ ସଂଖ୍ୟାକୁ ରାଜ୍ୟ ସରକାର ୫୦୦କୁ ବୃଦ୍ଧି କରିଛନ୍ତି । ଏବେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଗାଇଡ୍‌ଲାଇନ୍‌ ଅନୁଯାୟୀ ସମାବେଶ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ବନ୍ଦ କୋଠରୀ ମଧ୍ୟରେ ୫୦ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିବା ସହ ସମସ୍ତ କରୋନା କଟକଣା ପାଳନ କରିବାକୁ ସରକାର କହିଛନ୍ତି । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ / ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବେ । ଅବରୋଧ ଅଞ୍ଚଳର ସୀମା ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବା ସହ ଖୋଲା ସ୍ଥାନରେ ସମସ୍ତଙ୍କୁ ସାମଜିକ ଦୂରତା ମାନିବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଫେବୃଆରୀ ମାସ ପାଇଁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସମ୍ପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ । ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ । ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ । ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍‌ ଅନୁସରଣ କରିବା ବାଧ୍ୟତାମୂଳକ ହେବ । ପୂର୍ବରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ସିନେମା ହଲ ଓ ଥିଏଟର ଚାଲୁ ରହିବ । କୋଭିଡ କଟକଣାକୁ କଡ଼ାକଡି ଭାବେ ଲାଗୁ କରି ମୁକ୍ତାକାଶ ଥିଏଟରଗୁଡିକୁ ଖୋଲିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ (ଜିଲ୍ଲା ମାଜିଷ୍ଟ୍ରେଟ୍‌ / ମ୍ୟୁନିସିପାଲିଟି କମିଶନର କିମ୍ବା ସେମାନଙ୍କ ଦ୍ୱାରା ଅନୁମୋଦିତ ଅଧିକାରୀ) ଅନୁମତି ଦେଇପାରିବେ । ସୁଇମିଂ ପୁଲ ଖୋଲିବା ଏବଂ ଏହାର ବ୍ୟବହାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ହେବ । ଆନ୍ତଃ-ରାଜ୍ୟ ଏବଂ ଆନ୍ତଃ-ରାଜ୍ୟ ଯାତାୟତ ଉପରୁ କଟକଣା ହଟାଯାଇଛି । ୬୫ ବର୍ଷରୁ ଅଧିକ, ଗର୍ଭବତୀ,
ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

Read More...

୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା :  ଟିକାକରଣରେ ଭାରତ ଆଗୁଆ

୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା : ଟିକାକରଣରେ ଭାରତ ଆଗୁଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page