ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

January 30, 2021, ଓଡ଼ିଶା, , Anupambharat News Bureau


ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା
Anupambharat News Bureau
January 30, 2021

ଭୁବନେଶ୍ୱର, ୩୦ା୧ (ଅନୁପମ ମିଡ଼ିଆ):­ ଦୀର୍ଘଦିନର ଦାବି ପରେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଜାନୁଆରୀ ପହିଲାରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଡିଏମଇଟିଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ରାଜେଶ କୁମାର ଅଗ୍ରୱାଲ ଚିଠି ଲେଖି ଅବଗତ କରାଇଛନ୍ତି । ହାଉସ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେବା ପରେ ସରକାର ଆଜି ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କର ଷ୍ଟାଇପେଣ୍ଡ୍‌ ବୃଦ୍ଧି କରାନଗଲେ ୨୨ରୁ କଳାବ୍ୟାଚ ପରିଧାନ ଓ ୨୮ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା ସଂଘ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଜିପୁରରେ ପୁଣି ଚାଷୀ ମେଳି

ଗାଜିପୁରରେ ପୁଣି ଚାଷୀ ମେଳି

Read More...

ଦୁଇ ଦିନ ରହିବ ଶୀତ ଲହରୀ

ଦୁଇ ଦିନ ରହିବ ଶୀତ ଲହରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page