ଗାଜିପୁରରେ ପୁଣି ଚାଷୀ ମେଳି

January 31, 2021, ଦେଶ, , Anupambharat News Bureau


ଗାଜିପୁରରେ ପୁଣି ଚାଷୀ ମେଳି
Anupambharat News Bureau
January 31, 2021


ନୂଆଦିଲ୍ଲୀ,୩୧ା୧:ଦେଶବ୍ୟାପୀ କୃଷି ଆଇନକୁ ବିରୋଧ କରାଯାଇ ଚାଷୀ ଆନ୍ଦୋଳନ ଯେଭଳି ଉଗ୍ରରୂପ ଧାରଣ କରିଛି, ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପଦକ୍ଷେପ ଆରମ୍ଭ କରାଯାଇଛି । ସ୍ଥିତିକୁ ନିୟନ୍ତ୍ରଣକୁ ନେବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍‌ ବୃଦ୍ଧି କରାଯାଇଥିବା ସତ୍ତେ୍ୱ ହଜାର ହଜାର ଚାଷୀ ଗାଜିପୁର ଠାରେ ଏକତ୍ରିତ ହୋଇଛନ୍ତି । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାବର୍ତ୍ତି ନଗରୀ ଭାବେ ଗାଜିପୁରରେ ଚାଷୀ ଆନ୍ଦୋଳନ ବ୍ୟାପକ ହୋଇଛି । ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତ ଗିରଫ ହୋଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ସହାୟତା କରିବା ପାଇଁ ନିବେଦନ କରିବା ଯୋଗୁଁ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଣତନ୍ତ୍ର ଦିବସ ଟ୍ରାକଫର ର୍ୟାଲି ପରେ ପରେ ହିଂସା ଘଟିଥିବା ପ୍ରଚାର ହେବାର ତତ୍‌କ୍ଷଣାତ ପୁଣି ଚାଷୀଙ୍କ ଶିବିର ସଂଖ୍ୟାରେ ବୃଦ୍ଧି ଘଟିଛି । ଚାଷୀ ନେତା ଗଣମାଧ୍ୟମ ଓ ସମର୍ଥକଙ୍କ ସହିତ ବ୍ୟସ୍ତତା ମଧ୍ୟରେ ରହୁଥିଲେ ମଧ୍ୟ ଚାଷୀମାନେ ବିକ୍ଷୋଭରତ ଚାଷୀମାନେ ଟିକାୟତଙ୍କୁ ମିଶିବା ପାଇଁ ପ୍ରତିକ୍ଷା କରି ରହିଛନ୍ତି । ଗତ ୩ ଦିନ ଧରି ଟିକାୟତ ମାତ୍ର ତିନି ଘଣ୍ଟା ବିଶ୍ରାମ କରିଛନ୍ତି ବୋଲି ତାହାଙ୍କ ରକ୍ତଚାପ ସମସ୍ୟା ଦେଖାଦେଇଛି । ତେବେ ସେ ସୁସ୍ଥ ଅଛନ୍ତି ବୋଲି ଭାରତୀୟ କିଷାନ ସଂଘର ଜଣେ ସଦସ୍ୟ କହିଛନ୍ତି । ଆଜି ବିକ୍ଷୋଭରତ ଚାଷୀମାନେ ତ୍ରୀରଙ୍ଗା ପତାକା ବହନ କରି ଓ ସ୍ଲୋଗାନ ଦେଇ ଦିଲ୍ଲୀ ମିରଟ ଏକ୍ସପ୍ରେସ୍‌ େୱ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ଦେଶତ୍ମବୋଧକ ଗୀତ ଗାନ କରି ନୃତ୍ୟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଚାଷୀମାନେ ବିଭିନ୍ନ ଢ଼ଙ୍ଗରେ ସେମାଙ୍କର ପ୍ରତିବାଦ ପ୍ରଦର୍ଶନ କରୁଥିବା ଦୃଷ୍ଟି ଆକର୍ଷଣର କେନ୍ଦ୍ରକୁ ଆସିଛି । ଅନ୍ୟପକ୍ଷରେ ସରକାର ଦିଲ୍ଲୀ ନଗରୀରୁ ଚାଷୀଙ୍କୁ ହଟାଇବାକୁ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । ଏହା ବ୍ୟତୀତ ସୁରକ୍ଷା ମଧ୍ୟ ବ୍ୟାପକ କରିବାରେ ଲାଗିଛନ୍ତି । ଚାଷୀଙ୍କ ପ୍ରତି କୌଣସି ଅନ୍ୟାୟ କରାଗଲା ଧର୍ମଘଟ ଆଦୌ ବନ୍ଦ ହେବ ନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତଙ୍କ ଭାବପ୍ରବଣ ଭିଡିଓ ଭାଇରାଲ ହେବା ପରେ କୃଷକ ବିରୋଧ ପ୍ରଦର୍ଶନ ପୁଣିଥରେ ମୁଣ୍ଡ ଟେକିଛି । ପୁଣିଥରେ ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ସୀମାରେ ଏକତ୍ରିତ ହୋଇ କୃଷି ନିୟମକୁ ବିରୋଧ କରୁଛନ୍ତି । ଏହି ସମୟରେ ରବିବାର ଦିନ ରାକେଶ ଟିକାୟତଙ୍କ ନୂଆ ବିବୃତ୍ତି ସାମ୍ନାକୁ ଆସିଛି । ଟିକାୟତ କହିଛନ୍ତି ଯେ, ଏହି ଆନ୍ଦୋଳନ ମହାଭାରତ ପରି । ଏଥିରେ କୃଷକମାନେ ଜିତିବେ ଯଦିଓ ସରକାର ଆଲୋଚନା ବିଷୟରେ କହୁଛନ୍ତି, କି;ୁ ଜେଲରେ ଥିବା ଚାଷୀମାନଙ୍କୁ ମୁକ୍ତ ନ କରାଯିବା ଯାଏଁ କୌଣସି ଆଲୋଚନା କରାଯିବ ନାହିଁ । ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ସମର୍ଥନ କରୁଛନ୍ତି । ମୋଦୀଙ୍କ କଥାକୁ ସମ୍ମାନ ଦେବା ଏବଂ ଚାଷୀଙ୍କ ପଗଡିକୁ ମଧ୍ୟ ସମ୍ମାନ ଦେବା ଜାଣନ୍ତି ଚାଷୀମାନେ । ସରକାରଙ୍କ ସହ ନିଶ୍ଚିତ ଭାବରେ ଆଲୋଚନା ହେବ, କି;ୁ କୃଷକ ଭାଇଙ୍କ ମୁକ୍ତି ପରେ ହିଁ ଆଲୋଚନା କରାଯିବ’ ବୋଲି ଚାଷୀନେତା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକା ହତ୍ୟା ଉଦ୍ୟମ ମାମଲା :  ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ

ନାବାଳିକା ହତ୍ୟା ଉଦ୍ୟମ ମାମଲା : ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ

Read More...

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page