ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ: ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି

February 13, 2021, ଓଡ଼ିଶା, , Anupambharat News Bureau


ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ:  ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି
Anupambharat News Bureau
February 13, 2021


ଭୁବନେଶ୍ୱର ,୧୩ା୨(ଅନୁପମ ମିଡ଼ିଆ): ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ଛାତ୍ର କଂଗ୍ରେସ ପକ୍ଷରୁ ଶନିବାମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଛି । ଶତାଧିକ କର୍ମୀ କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀଙ୍କ ଘର ଆଡକୁ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକରେ ରାଲିକୁ ପୋଲିସ୍‌ ଅଟକାଇଥିଲା । ଫଳରେ ପୋଲିସ୍‌ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ଗିରଫ କରିଥିଲା । ଶନିବାର ମାହାଙ୍ଗା ଟ୍ରିପଲ୍‌ ମର୍ଡର ଘଟଣାରେ ପ୍ରକୃତ ମୁଖ୍ୟ ଆସାମୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମନ୍ତ୍ରୀଙ୍କ ବାସଭବନ ଆଡେ ଅଗ୍ରସର ହେଉଥିବା ବେଳେ ପୋଲିସ ପକ୍ଷରୁ ରାଜମହଲ ଛକ ଓଭରବ୍ରିଜ୍‌ ଠାରେ ରାଲିର ପଥରୋଧ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଛାତ୍ରନେତାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଅଭିମୁଖେ ରାଲିରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ରୋଶନଲାଲ ବିଟୁ କହିଥିଲେ ଯେ ମାହାଙ୍ଗା ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସମ୍ପୃକ୍ତିକୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି । ନବୀନ ସରକାରରେ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଦୁର୍ନୀତିକୁ ବିରୋଧ କଲେ
ରାଜନେତାଙ୍କୁ ଜୀବନ ଦେବାକୁ ପଡୁଛି ବୋଲି ବିଟୁ କହିଛନ୍ତି । ମାହାଙ୍ଗାରେ ଲଗାତର ତିନୋଟି ଲୋମଟାଙ୍କୁରା ହତ୍ୟା ଘଟଣାର ମୁଖ୍ୟ ଆସାମୀ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ ଅଭିଯୋଗ କରିଛନ୍ତି । ମାହାଙ୍ଗାରେ ଦୁର୍ନୀତିର ପଥରୋଧ କଲେ ଏପରି ଦଣ୍ଡ ସରକାରୀ ଦଳ ଦିଏ ବୋଲି ସ୍ପଷ୍ଟ ହୋଇପଡିଛି । ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଷଡଯନ୍ତ୍ର କରି ଯେପରି ନିର୍ମମ ଭାବରେ ହତ୍ୟା କରାଗଲା ତାହା ରାଜ୍ୟରେ ଭୁଶୁଡି ପଡିଥିବା ଆଇନ୍‌ଶୃଙ୍ଖଳା ପରିସ୍ଥିତିର ନଗ୍ନ ନମୁନା ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ ଅଭିଯୋଗ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣି ମଧ୍ୟ ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନରସଂହାରକୁ ଘଣ୍ଟ ଘୋଡାଉଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୁରନ୍ତ ଇସ୍ତଫା ଓ ଗିରଫଦାରୀ ଦାବି କରୁଛି । ପ୍ରତାପ ଜେନାଙ୍କୁ ତୁରନ୍ତ ତଦନ୍ତ ପରିସରକୁ ଅଣାଯାଉ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ବିବେକ ସିଂ ପଟେଲ, ଆଦିତ୍ୟ ଚୌଧୁରୀ, ବାବୁ ଜେନା, ନିରଞ୍ଜନ ଦାସ, ବିପ୍ଳବ ପରିଡା, ଅଖିଳେଶ ଯାଦବ, ଆଦିତ୍ୟ ପ୍ରୀତମ୍‌ ଦାସ, ସାଗର ପଟ୍ଟନାୟକ, କାର୍ତିକ କାଣ୍ଡି, ସୌମ୍ୟରଂଜନ ବରାଳ, ଅହମଦ ଖାନ୍‌, ଅବିନାଶ ନନ୍ଦ, କୁମାର ପ୍ରୀତମ୍‌ ପରିଜା, ଆଶୁତୋଷ ମିଶ୍ର, ଅଙ୍କିତ କୁମାର ସାହୁ, ସ୍ମୃତିରଂଜନ ଜେନା, ମହମ୍ମଦ ଶାହାରୁଖ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

Read More...

‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page