ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ

February 13, 2021, ଓଡ଼ିଶା, , Anupambharat News Bureau


ଅନୁଭବ- ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ଯୁଦ୍ଧ
Anupambharat News Bureau
February 13, 2021


ଏକାମ୍ର କ୍ଷେତ୍ରର ଦୁଇଟି ମନ୍ଦିର ପାଇଁ ଏନଏମଏ ପକ୍ଷରୁ ଜାରୀ ଡ୍ରାଫଫ ବାଇ ଲ ପ୍ରତ୍ୟାହାର କରିବାକୁ ଦାବି କରି ବିଜେଡି ସାଂସଦ ମାନଙ୍କର ପ୍ରତିନିଧି ଦଳ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ଭେଟିବା ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କରିଥିବା ଟ୍ୱିଟକୁ ନେଇ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଉତ୍ତର ଦେଇଛନ୍ତି । ବିଜେଡି ସାଂସଦମାନେ କେନ୍ଦ୍ର ସଂସଦୀୟବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ପରେ ଏକ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ କରିଥିଲେ । ସେ ଲେଖିଥିଲେ ଯେ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ସାଂସଦ ଶ୍ଚ୧୧ ପୃଷ୍ଠା
ଅପରାଜିତା ଷଡ଼ଙ୍ଗୀଙ୍କୁ ଆମ ସହିତ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଭେଟିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ସିଧା ସିଧା ମନା କରିଦେଇଥିଲେ । ଓଡିଶାର ସମ୍ମାନ ଏବଂ ଆଧ୍ୟାତ୍ମିକ ଭାବନା ସମ୍ବନ୍ଧୀୟ ଏକ ଅଣ-ରାଜେନୈତିକ ପ୍ରସଙ୍ଗରେ ଓଡ଼ିଶା ବିଜେପିର ଅସହଯୋଗ ଦୁଃଖଦାୟକ ବୋଲି କହିଥିଲେ ଅନୁଭବ । ଏହାର ଉତ୍ତର ଦେଇଥିଲେ ଅପରାଜିତା । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ କରି କହିଥିଲେ ଯେ , ବିନା କାରଣରେ କିଛି ହୁଏ ନାହିଁ । ମୁଁ ଉପଯୁକ୍ତ ସମୟରେ ମତ ରଖିବି । ଦୟାକରି ଅପେକ୍ଷା କର;ୁ ଏବଂ ଦେଖନ୍ତୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ଫ୍ୟାମିଲି ପେନସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

Read More...

ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ:  ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି

ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ୟମ: ଛାତ୍ର କଂଗ୍ରେସ ଓ ପୋଲିସ୍‌ ଧସ୍ତାଧସ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page