ସଡ଼କ ଦୁର୍ଘଟଣାରେ ୧୫ ମୃତ

February 16, 2021, ଦେଶ, , Anupambharat News Bureau


ସଡ଼କ ଦୁର୍ଘଟଣାରେ ୧୫ ମୃତ
Anupambharat News Bureau
February 16, 2021


ମୁମ୍ବାଇ,୧୫ା୨: ମହାରାଷ୍ଟ୍ରରେ ଏକ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ସମଗ୍ର ରାଜ୍ୟରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି । ଗତ ମଧ୍ୟରାତ୍ରୀରେ ଜଲ୍‌ଗାଁଓ ସହର ଅନ୍ତର୍ଗତ ୟାଭାଲା ତାଲୁକା ଠାରେ ଏକ ଫଳ ବୋଝେଇ ଟ୍ରକ୍‌ଟି ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବା ବେଳେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘଟଣାରେ ଦୁଇ ଶିଶୁ ଓ ୬ ଜଣ ମହିଳାଙ୍କ ସମେତ ୧୫ ଜଣଙ୍କ ମୃତୁ୍ୟ ଘଟିଛିା ଗୁରୁତର ଆହତ ୬ ଜଣଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରୁ ପ୍ରାୟତଃ ଶ୍ରମିକ ଥିଲେ ବୋଲି ଜଣାପଡିଛି । ସମସ୍ତ ମୃତକ ଜଲ୍‌ଗାଁଓର ଏକ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଜିଲ୍ଲାର ପଡୋଶୀ ଜିଲ୍ଲା ଧୁଲେ ଠାରୁ ଫଳ ନେଇ ଏକ ଟ୍ରକ୍‌ରେ ଶ୍ରମିକମାନେ ରାଭେର ନଗରୀକୁ ଯାତ୍ରା କରୁଥିଲେ, ତେବେ ମଧ୍ୟରାତ୍ରୀ ୧୨.୩୦ମିନିଟ୍‌ ସମୟରେ ଟ୍ରକ୍‌ ଚାଳକ ଅନ୍ୟ ଏକ ଯାନକୁ ଅତିକ୍ରମ କରିବା ବେଳେ ନିୟନ୍ତ୍ରଣ ହରାଇବା ଯୋଗୁଁ ଟ୍ରକ୍‌ଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ୧୫ ଜଣଙ୍କ ଜୀବନ ନଷ୍ଟ ହୋଇଛି । ଘଟଣା ସମ୍ପର୍କରେ ପ୍ରଚାରିତ ହେବାର ତତ୍‌କ୍ଷଣାତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏଭଳି ଏକ ଦୁଃଖଦ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି । ଗୁରୁତର ଆହତମାନେ ତୁରନ୍ତ ସୁସ୍ଥ ହୁଅନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଲ୍‌ଗାଁଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ପରିବାରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି ।
ଏଥିସହିତ ଦୁର୍ଘଟଣାର ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ମହାରାଷ୍ଟ୍ରର ଜଲଗାଓଁଠାରେ ଘଟିଥିବା ହୃଦୟ ବିଦାରକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ କରିଛନ୍ତି । ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା

ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା

Read More...

ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page