ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ

February 16, 2021, ଓଡ଼ିଶା, , Anupambharat News Bureau


ଛ’ଘଣ୍ଟିିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଜନଜୀବନ ପ୍ରଭାବିତ, କାଁଭାଁ ଗଣ୍ଡଗୋଳ
Anupambharat News Bureau
February 16, 2021


ଭୁବନେଶ୍ୱର , ୧୫ା୨(ଅନୁପମ ମିଡ଼ିଆ):­ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି କଂଗ୍ରେସ ପକ୍ଷରୁ ସୋମବାର ଛ’ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଛି । ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଂଗ୍ରେସ କର୍ମୀ ମାନେ ରାସ୍ତା ରୋକ କରିବା କାରଣରୁ ଅନେକ ସ୍ଥାନରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନେକ ସ୍ଥାନରେ ରାସ୍ତାରେ ରାସ୍ତାରେ ଯାନବାହନର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ସେହିପରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ସମେତ ରାଜ୍ୟର କିଛି ସ୍ଥାନରେ ରେଳ ରୋକ କରାଯାଇଥିଲା । ଅନ୍ୟପକ୍ଷରେ ପୋଲିସ୍‌ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶାରେ ବନ୍ଦ ପାଳନ ସଫଳ ହୋଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବନ୍ଦ ପାଳନକୁ ସମର୍ଥନ କରିଥିବାରୁ ସେ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁର, କେନ୍ଦୁଝର, ବାରିପଦା, କୋରାପୁଟ, ବଲାଙ୍ଗୀର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଓ ଅନ୍ୟ ସ୍ଥାନ ମାନଙ୍କରେ ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବାକୁ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ଟାୟାର ଜାଳି ଓ ବାଉଁଶ ବାନ୍ଧି ସେମାନେ ରାସ୍ତା ଅବରୋଧ କରିଥିଲେ । ଏହି ବନ୍ଦ କାରଣରୁ ଭୁବନେଶ୍ୱରର ବରମୁଣ୍ଡା ବସ ଷ୍ଟାଣ୍ଡ ଓ କଟକର ବାଦାମବାଡି ବସ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ରେଳ ରୋକ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ସେହିପରି ବିମାନରେ ଫେରିଥିବା ଯାତ୍ରୀ ମାନେ ଟ୍ୟାକ୍ସି ଓ ଅଟୋ ଚଳାଚଳ ବନ୍ଦ ଥିବାରୁ ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ରାଜଧାନୀରେ ବନ୍ଦ ପାଳନ ବେଳେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଅଟୋଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ । ସେମାନେ ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡ଼ି ଚାଳକଙ୍କୁ ମାଡ଼ ମାରିଥିଲେ । ଉଲ୍ଲେଖନୀୟ ଯେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବନ୍ଦ ସମୟରେ ହସ୍‌ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ› ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ଅଟେକାଇବାକୁ ଏହି ବନ୍ଦରୁ ବାଦ ଦଆ ଯିବା ସମ୍ପର୍କରେ କହିଥିଲେ । କଂଗ୍ରେସର ବନ୍ଦ ଡାକରା ପାଇଁ ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିଲା । କଂଗ୍ରେସ ପକ୍ଷରୁ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ ସୋମବାର ବନ୍ଦ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡ଼କ ଦୁର୍ଘଟଣାରେ ୧୫ ମୃତ

ସଡ଼କ ଦୁର୍ଘଟଣାରେ ୧୫ ମୃତ

Read More...

ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

ରାହୁଲଙ୍କୁ ନିର୍ମଳାଙ୍କ କଡା ଜବାବ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page