ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି

February 17, 2021, ଓଡ଼ିଶା, , Anupambharat News Bureau


ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି
Anupambharat News Bureau
February 17, 2021


ଭୁବନେଶ୍ୱର, ୧୭ା୨(ଅନୁପମ ମିଡ଼ିଆ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡ଼ିଓ ପାଇବ ନୂଆ ରୂପ । ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ପ୍ରତିଷ୍ଠା ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଏବଂ ବ୍ୟବସାୟୀକ ଢଙ୍ଗରେ ବିକଶିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମତି ମଳିିବ । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ମହାପାତ୍ର ଗତ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ । ସେଠାରେ ସେ ଫିଲïର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ।
ଏଥି ସହିତ ମହାପାତ୍ର ଶିଳ୍ପ ବିଭାଗକୁ ପୁନର୍ବିନ୍ୟାସ ଯୋଜନା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

Read More...

ଆଜିଠୁ ବିଧାନସଭା ଅଧିବେଶନ ,  ୨୨ରେ ବଜେଟ୍‌ ,  ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

ଆଜିଠୁ ବିଧାନସଭା ଅଧିବେଶନ , ୨୨ରେ ବଜେଟ୍‌ , ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page