ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

February 18, 2021, ଓଡ଼ିଶା, , Anupambharat News Bureau


ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪
Anupambharat News Bureau
February 18, 2021


ପୁରୀ, ୧୮ ।୨ (ଅନୁପମ ମିଡିଆ): ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଚନ୍ଦ୍ରଭାଗା ବୁଡ଼ ପାଇଁ ଆଜି ଅପରାହ୍ନରେ ସ୍ଥିତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କେ. ବିଶାଲ ସିଂହ । ୧୪ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୫ ଜଣ ଡିଏସପି, ୬୦ ଜଣ ଅଫିସର ସୁରକ୍ଷା ଦାୟୀତ୍ୱରେ ରହିବେ । ଦୁଇ ଶହ ହୋମଗାର୍ଡ଼ ଓ ୪୦ ଜଣ ଲାଇଫ୍‌ ଗାର୍ଡ଼ ମଧ୍ୟ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ସେହିପରି ପ୍ରଶାସନିକ ନିଷ୍ପତ୍ତି କ୍ରମେ ଆଜି ଦିନ ୧୧ଟା ଠାରୁ ଆସନ୍ତା କାଲି ଅର୍ଥାତ୍‌ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ବଳବତ୍ତର ରହିବ । ତେବେ ତିନି ଠାକୁରଙ୍କ ଶୋଭାଯାତ୍ରା, ମହାସ୍ନାନ ଓ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିବ ବୋଲି ପୂର୍ବରୁ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । କୋଭିଡ-୧୯ କରୋନା ସଂକ୍ରମଣ ରାଜ୍ୟରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ଯୋଗୁଁ ବହୁ ସ୍ଥାନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟତା ଦିଆଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଳ ରୋକ୍‌ ରାଜ୍ୟରେ ସଫଳ

ରେଳ ରୋକ୍‌ ରାଜ୍ୟରେ ସଫଳ

Read More...

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page