ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

March 07, 2021, ଦେଶ, , Anupambharat News Bureau


ଭାକସିନ୍‌ ପାଇଁ ‘ବାଲି’ ଅଡୁଆ
Anupambharat News Bureau
March 07, 2021


ନୂଆଦିଲ୍ଲୀ: ବିଶ୍ୱରେ ଦେଖେଦେଉଚି ବାଲିର ଭୟଙ୍କର ଅଭାବ । ଜଳ ପରେ ବାଲି ହିଁ ବିଶ୍ୱରେ ବ୍ୟବହାର ହେଉଥିବା ଦ୍ୱିତୀୟ ପଦାର୍ଥ । ଏବେ କି;ୁ ବାଲିର ଅଭାବ ପରିଲକ୍ଷିତ ହୋଇଛି । ଏପରିକି ଆମେରିକାରେ ମାତ୍ର ୧୦୦୦ରୁ କମ୍‌ ଖଣି ବାକି ରହିଛି । ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରାୟ ୫୦ ବିଲିୟନ ଟନ୍‌ ବାଲି ପ୍ରତିବର୍ଷ ଘର ତିଆରିରେ ବ୍ୟବହାର ହୁଏ ।
ଏବେ ଏହା ଆହୁରି ହ ୍ରାସ ପାଇବ । କାରଣ କରୋନା ଭାକସିନ୍‌ ରଖିବା ପାଇଁ ଯେଉଁ କାଲ ଭାଏଲର ଆବଶ୍ୟକ ତାହା ବାଲିରୁ ପ୍ରସ୍ତୁତ ହୁଏ । ୨୦୨୧ସୁଦ୍ଧା ୨ ବିଲିୟନ ଭାଏଲସ୍‌ ଦରକାର । ଏହି ସଂଖ୍ୟା ଆହୁରି ବଢିପାରେ । କାରଣ ବିଶ୍ୱରେ ଜନସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । କାଚର ଆବଶ୍ୟକତା ମୋବାଇଲ ଫୋନଠାରୁ ଆରମ୍ଭ କରି ଘର ତିଆରି ପର୍ଯ୍ୟନ୍ତ ରହିଛି ।ଏହି କାଚ ପ୍ରସ୍ତୁତ ପାଇଁ ବାଲିର ଆବଶ୍ୟକତା ରହିଥାଏ । ବାଲି ବା ସିଲିକାରୁ କାଚ ତିଆରି ହୁଏ । ପାଣିପାଗବିତ ପାସକାଲ୍‌ ପେଦୁଚି କହିଛନ୍ତି ଯେ, ବାଲି ସବୁ ସ୍ଥାନରେ ରହିଥିବା ସମସ୍ତଙ୍କୁ ଲାଗୁଛି । କି;ୁ ଏହା ଥିରେଧିରେ ସରିବାକୁ ଲାଗିଲାଣି । ଆଉ କିଛି ବର୍ଷ ପରେ ବାଲିର ଗୋର ସଙ୍କଟ ଦେଖାଦେବ । କାରଣ ଆମେ ଭବିଷ୍ୟତ କଥା ଚିନ୍ତା କରୁନାହୁଁ । ବାଲି ଯୋଗାଣ ଓ ଜମିକୁ ନେଇ ବିଭିନ୍ନ ଯୋଜନାରେ ସମସ୍ୟା ଅଛି । ଆହୁରି ମଧ୍ୟ କୁହାଯାଉଛି ଯେ, ବିଶ୍ୱରେ ଗତ ୨୦ ବର୍ଷରେ ବାଲିର ବ୍ୟବହାର ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ୨ ବର୍ଷରେ ଅଧିକାଂଶ ନଦୀକୁ ପୋତି ପକାଇବ । ମରୁଭୂମିରେ ମିଳୁଥିବା ବାଲି ବହୁତ ହାଲୁକା । ଏହାକୁ ଘର ର୍ନିମାଣରେ ବ୍ୟବହାର କରାଯାଇ ପାରିବ ନାହିଁ । ଗବେଷକଙ୍କ କହିବାନୁସାରେ, ବାଲିର ବିକଳ୍ପ ବାବଦରେ ଏବେଠାରୁ ଚିନ୍ତା କରିବା ଆବଶ୍ୟକ । ପାଉଁଶ, କୃଷି ଉତ୍ପାଦର ବର୍ଜ୍ୟବସ୍ତୁ ଆଦି ବିକଳ୍ପ ଭାବେ ଉଭା ହୋଇପାରିବ । ସୁସନ୍‌ ବର୍ଣ୍ଣେଲ୍‌ କହିଛନ୍ତି ଯେ, ନିର୍ମାଣକାରୀ ସଂସ୍ଥା ମାନେ କେବେବି ବାଲିର ବିକଳ୍ପ ବ୍ୟବହାର କରିବେ ନାହିଁ । କାରଣ ସିମେଣ୍ଟ ପାଇଁ ବାଲି ଆବଶ୍ୟକ । ଏହା ଦ୍ୱାରା ଘର ମଜବୁତ ହେବା ସହ ଘରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ନଥାଏ । ଫାଇଭ୍‌ ଥାର୍ଟିଏଇଟ୍‌. କମର ରିପୋର୍ଟ ଅନୁସାରେ, କାଚ ର୍ନିମାଣ ପାଇଁ ମୁଖ୍ୟ ଆବଶ୍ୟକତା ହେଉଛି ବାଲି ।କରୋନା ମହାମାରୀ ବେଳେ କାଚର ଅଭାବ ଦେଖିବାକୁ ମିଳିଛି । କାଚ ଭାଏଲରେ ଭାକସିନ୍‌ ରଖାଯାଏ । ଆଗାମୀ ୨ ବର୍ଷରେ ବିଶ୍ୱକୁ ପ୍ରାୟ ୨ ବିଲିୟନ ଭାଏଲଲ୍ସ ଦରକାର । ଜନସନ୍‌ ଆଣ୍ଡ ଜନସନ୍‌ ଏବେସୁଦ୍ଧା ୨୫୦ ମିଲିୟନ ଗ୍ଲାସ ଭାଇଆଲ୍ସ ତିଆରି କରି ସାରିଛି । ପରେ ଆଉ ୨୦୦ ମିଲିୟନ ଭାଏଲଲ୍ସ କମ୍ପାନୀ ତିଆରି କରିବ ।କମ୍ପାନୀର ମୁଖ୍ୟଙ୍କ କହିବାନୁସାରେ, ବିଶ୍ୱ ମହାମାରୀ ବେଳେ ସମସ୍ତ ଏକଜୁଟ ହୋଇ କାମ କରୁଛନ୍ତି । ସେମାନେ ଭାଏଲର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ କମ୍ପାନୀ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

Read More...

ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page