ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

March 07, 2021, ଦେଶ, , Anupambharat News Bureau


ଶିକ୍ଷକଙ୍କୁ ଗୁଳି କଲା ଛାତ୍ର
Anupambharat News Bureau
March 07, 2021


ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଭଳି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ତେବେ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୀଡିତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି । ସୂଚନା ଅନୁଯାୟୀ, ଘଟଣା ଗାଜିଆବାଦ ସ୍ଥିତ ମୁରାଦନଗର । ଶିକ୍ଷକ ଗଲି କରିବାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ରାଗି ଯାଇଥିଲା । ସେ ନିଜର ୩ ସାଙ୍ଗଙ୍କ ସହ ମିଶି ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା । ସ୍କୁଲ ବାହାରେ ହିଁ ସେ ଶିକ୍ଷକଙ୍କ ଉପରକୁ ଗୁଳି କରିଥିଲା । ତେବେ ଗୁଳି ଶିକ୍ଷକଙ୍କ ଛାତିକୁ ଛୁଇଁ ଚାଲିଗଲା । ସେଥିପାଇଁ ତାଙ୍କର ମୃତ୍ୟୁ ହୋଇନି କି;ୁ ସେ ଆହତ ହୋଇଛନ୍ତି । ଏହାପରେ ଛାତ୍ର ଖାଲି ଫାଇରିଙ୍ଗ କରି ସେଠାରୁ ପଳାଇଗଲାଛ ମାମଲା ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି । ଶିକ୍ଷକ ଜଣକ ହେଲେ ସଚିନ ତ୍ୟାଗୀ ।
ସେ ସରସ୍ୱତୀ ବିହାର କଲୋନୀ ସ୍ଥିତ କୃଷ୍ଣ ବିଦ୍ୟା ନିକେଟର ସ୍କୁଲରେ ବାଣିଜ୍ୟ ଶିକ୍ଷକ ଅଛନ୍ତି । ଅପରାହ୍ନ ପାଖାପାଖି ୨ଟା ସମୟରେ ସ୍କୁଲ ଛୁଟି ହେବାପରେ ତ୍ୟାଗୀ ବାଇକରେ ନିଜ ଘରକୁ ଆଯୁଥିଲେ । ସ୍କୁଲରୁ ବାହାରି କିଛି ଦୂର ଯିବାପରେ ଏକ ସ୍କୁଟିରେ ୪ ଯୁବକ ଆସିଲେ ଓ ତ୍ୟାଗୀଙ୍କ ଉପରକୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଥିବା ଲୋକେ ଭୟରେ ଏପଟେ ସେପଟେ ଦୌଡିବାକୁ ଲାଗିଲେ । ସଚିନ କହିଛନ୍ତି, ଛାତ୍ର ସ୍କୁଲରେ ଅନ୍ୟ ପିଲାଙ୍କ ସହ ଖରାପ ତରିକାରେ କଥାବାର୍ତ୍ତା କରୁଥିଲା । ସେଥିପାଇଁ ସେ ତାକୁ ଗାଳି କରିଥିଲେ ।
ଶିକ୍ଷକଙ୍କ ଗାଳି ଶୁଣି ସେ ରାଗିଯାଇଥିଲା ଓ ନିଜ ସାଙ୍ଗମାନଙ୍କ ସହ ମିଶି ଶିକ୍ଷକଙ୍କୁପାନେ ଦେବାକୁ ତାଙ୍କ ଉପରକୁ ଗୁଳି କରିଥିଲା । ସେ କ୍ଲାସରେ ହିଁ ଶିକ୍ଷକଙ୍କୁ ଧମକ ଦେଇଥିଲା ଯେ ସ୍କୁଲ ବାହାରିବା କ୍ଷଣି ତାଙ୍କ କଥା ବୁଝିବ । ପୋଲିସ ଅନୁଯାୟୀ ୩ ଅଭିଯୁକ୍ତ ଗୋଟିଏ ଗାଁର । ସେମାନଙ୍କ ପରିବାର ସଦସ୍ୟଙ୍କୁ ହାଜତରେ ରଖି ପୋଲିସ ପଚରାଉଚୁରା କରୁଛି । ଶିକ୍ଷକଙ୍କ ଅଭିଯୋଗ କ୍ରମେ ଛାତ୍ର ଓ ତା ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

Read More...

ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page