ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

March 07, 2021, ଦେଶ, , Anupambharat News Bureau


ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ
Anupambharat News Bureau
March 07, 2021


କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ଭାରତୀୟ ଜନତାପାର୍ଟି (ବିଜେପି) ଓ ତୃଣମୂଳ କଂଗ୍ରେସ (ସିଏମ୍‌ସି) ରାଜ୍ୟରେ ମୁଖ୍ୟପ୍ରତିଦ୍ୱନ୍ଦୀ ଭାବେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଚାର ଅଭିଯାନକୁ ହେବିେୱଟ୍‌ ନେତାମାନେ ଓହ୍ଲାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଆଜି ପ୍ରଚାର ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନରେ ପରାସ୍ତ କରିବା ପାଇଁ ମୋଦି ଆଜି ବିସ୍ତୃତ ଭାଷଣ ପ୍ରଚାର କରିଛନ୍ତି । ପଶ୍ଚିମବଙ୍ଗକୁ ସୁନାର ବଙ୍ଗ ଗଠନ କରିଦେବେ ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । କ୍ଷମତାକୁ ଆସିଲେ ରାଜ୍ୟରେ ନିହାତି ପରିବର୍ତ୍ତନ କରାଯିବ ବୋଲି ସେ ପ୍ରଚାର ଭାଷଣରେ ବର୍ଣ୍ଣନା କରିଛନ୍ତି । ପରିବର୍ତ୍ତନ ପାଇଁ ଯଦିଓ ରାଜ୍ୟବାସୀ ମମତାଙ୍କ ଉପରେ ବିଶ୍ୱାସ ରଖିଥିଲେ ତେବେ ତାହା ସେ ହରାଇଛନ୍ତି ବୋଲି ଏକ ବୃହତ ର୍ୟାଲିକୁ ସମ୍ବୋଧିତ କରି ନରେନ୍ଦ୍ର ମୋଦି କହିଛନ୍ତି । ରାଜ୍ୟର ବିକାଶ ଏବଂ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ ସେ କୋଲ୍‌କାତା ଆସିଛନ୍ତି । ରାଜ୍ୟର ସଂସ୍କୃତିକୁ ସୁରକ୍ଷା ଦିଆଯିବ ବୋଲି କୋଲ୍‌କାତାର ବ୍ରିଗେଡ ପରେଡ୍‌ ପଡିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିଛନ୍ତି । ଆଗାମୀ ୨୫ ବର୍ଷ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ । ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକ ଉତ୍ସବ ପାଳନ କରିବ ସେହି ସମୟରେ ଦେଶର ନେତୃତ୍ୱ ପଶ୍ଚିମବଙ୍ଗ ନେବ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରତିଶୃତି ଦେଇଛନ୍ତି । ସରକାରୀ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ଜାଗ୍ରତ କରାଯିବ । ରାଜ୍ୟରେ ପୋଲିସ ଓ ପ୍ରଶାସନ ବ୍ୟବସ୍ଥା ହୁଗୁଳି ପଡିଥିବା ବେଳେ ଏହାକୁ ସଜାଡ଼ିବା ପାଇଁ ମୋଦି ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ପ୍ରଚାର କରି ଏହା ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତମାରିଲେ ଧରାପଡୁଛନ୍ତି କୋଟିପତି !

ହାତମାରିଲେ ଧରାପଡୁଛନ୍ତି କୋଟିପତି !

Read More...

ମୁଁ ଗୋଟେ ଗୋଖର : ମିଥୁନ

ମୁଁ ଗୋଟେ ଗୋଖର : ମିଥୁନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page