କରୋନା ଟିକା ନେଲେ ରତନ ଟାଟା

March 13, 2021, ଦେଶ, , Anupambharat News Bureau


କରୋନା ଟିକା ନେଲେ ରତନ ଟାଟା
Anupambharat News Bureau
March 13, 2021

ଆଜି ଭାରତ ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ଟାଟା କମ୍ପାନୀର ଅଧ୍ୟକ୍ଷ ରତନ ଟାଟା କୋଭିଡ଼ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଟିକା ନେବା ପରେ ସେ ସମସ୍ତଙ୍କୁ ଟିକା ନେବା ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ । ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି । ଟିକା ନେଇଥିବା କଥା ତାଙ୍କ ଅଫିସିୟାଲ୍‌ ଟୁଇଟରରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍‌ ନେଇ ଧନ୍ୟ ହେଲି । ଟିକା ନେବା ଖୁବ୍‌ ସହଜ ଓ ଯନ୍ତ୍ରଣାହୀନ । ସମସ୍ତଙ୍କୁ ଟିକା ଦିଆଯାଇ ରକ୍ଷା କରାଯାଇ ପାରିବ ବୋଲି ମୁଁ ବାସ୍ତବରେ ଆଶା କରୁଛି । ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଚାଲିଥିବା ବେଳେ ଶିଳ୍ପପତି ରତନ ଟାଟା ଏହି ଟିକା ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁନ ୨୮ରୁ ଅମରନାଥ ଯାତ୍ରା

ଜୁନ ୨୮ରୁ ଅମରନାଥ ଯାତ୍ରା

Read More...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page