ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

May 23, 2019, ଓଡ଼ିଶା, , Anupambharat News Bureau


 ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା
Anupambharat News Bureau
May 23, 2019

ସମ୍ବଲପୁର,୨୨ା୫(ଅନୁପମ ମିଡିଆ): ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା । ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିତରଣରେ ସଫଳତା ମିଲିଥିଲା । ସେତେ ବେଳେ ଏଥିପାଇଁ ଆଧାର କାର୍ଡ଼ ଜରୁରୀ ନଥିଲା । ହେଲେ ଏବେ ଏହି ବ୍ୟବସ୍ଥା ପାଇଁ ଆଧାର କାର୍ଡକୁ ବାଧ୍ୟବାଧକତା କରାଯାଇଥିବାରୁ ଯୋଜନା ପ୍ରଭାବିତ ହୋଇଥିବା କୁହାଯାଉଛି । ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ୧୯ ହଜାର ୭୭୨ଟି ମୃତ୍ତିକା ନମୁନା ପରୀକ୍ଷା କରାଯାଇଥିଲା । ହେଲେ ଏହି ଦୁଇ ବର୍ଷ ୨୫ ହଜାର ୧୦୦ଟି ମୃତ୍ତିକା ନମୁନା ପରୀକ୍ଷା ସକାଶେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥଲା । ୫୬ ହଜାର ୧୩୯ଟି ମୃତ୍ତିକା ସ୍ୱାସ୍ତ୍ୟ କାର୍ଡ଼ ଏହି ଦୁଇ ବର୍ଷ ବିତରଣ କରାଯାଇଛି । ୨୦୧୫-୧୬ରେ ଆଧାର କାର୍ଡ଼ ଜରୁରୀ ନଥିବାରୁ ପ୍ରଥମ ସାଇକିଲରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ୨୫ ହଜାର ମୃତ୍ତିକା ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୫ ହଜାର ୪୫ଟି ମୃତ୍ତିକା ନମୁନାର ପରୀକ୍ଷା କରାଯାଇଥିଲା । ଉକ୍ତ ଦୁଇ ବର୍ଷ ଚାଷୀ ମାନଙ୍କୁ ୧ ଲକ୍ଷ ୧ ହଜାର ୬୨୫ଟି ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଥିଲା । ୨୦୧୫ ମସିହାରେ ଜିଲ୍ଲାରେ ଏହି ଯୋଜନା ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା । ଚାଷୀମାନଙ୍କୁ ସେମାନଙ୍କ ଜମିର ମାନ ନିରୂପଣ କରାଯିବା ସହିତ ଉପଯୂକ୍ତ ଫସଲ ପାଇଁ ଉଚିତ ପରାମର୍ଶ ଦେବାହିଁ ଯୋଜନାର ମୂଳ ଲକ୍ଷ୍ୟ ଅଟେ । ଯଦ୍ୱାରା ଚାଷୀ ମାନେ ଅଧିକ ଶସ୍ୟ ଅମଳ କରିପାରିବେ । ମୃତ୍ତିକା ପରୀକ୍ଷା ରିପୋର୍ଟ ଅନୁଯାୟୀ ଚାଷୀ ମାନେ ନିଜନିଜ ଜମିର ମାନ ଅନୁଯାୟୀ ଫସଲରେ ବିବିଧତା ଆଣି ଲାଭବାନ ହୋଇପାରିବେ । ଏପରିକି ଏହି ଯୋଜନାରେ ଜମିର ପୃଷ୍ଟିସାର ଓ ମାନ ବଢାଇବା ସକାଶେ ଚାଷୀ ମାନଙ୍କୁ କୃଷି ବିଭାଗ ଉପାୟ ବତାଇଥାଏ । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ୍ୟ ହେକଫର ଚାଷ ଉପଯୋଗୀ ଜମି ରହିଛି । ଏଥିରୁ ୧ ଲକ୍ଷ ହେକଫରରୁ ଅଧିକ ଜମିରେ ଖରିଫ ଧାନ ଫସଲ କରାଯାଇଥାଏ । ସେହିଭଳି ଏହାର ଅଧା ଅଂଶରେ ରବି ଧାନ ଚାଷ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

Read More...

ଦିନ ମଜୁରିଆଙ୍କ ପେଟରେ ଲାତ

ଦିନ ମଜୁରିଆଙ୍କ ପେଟରେ ଲାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page