ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

May 23, 2019, ଓଡ଼ିଶା, , Anupambharat News Bureau


ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ
Anupambharat News Bureau
May 23, 2019

କେନ୍ଦ୍ରାପଡା, ୨୨ା୫(ଅନୁପମ ମିଡିଆ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ହୋଇଥିବା ଘାଇର ତୁରନ୍ତ ମରାମତି,ବନ୍ୟା ସମୟରେ ଅଧିକ ପ୍ରବାହିତ ବର୍ଷା ଜଳର ତୁରନ୍ତ ତୁରନ୍ତ ନିଷ୍କାସନ,କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ବର୍ଷା ଜଳ ନିଷ୍କାସନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚୈାଧୁରୀ ରାଜ୍ୟର ସର୍ବ ପୁରାତନ ପୈାରସଂସ୍ଥା କେନ୍ଦ୍ରାପଡାର ଆବଶ୍ୟକ ବିକାଶ ହୋଇନଥିବା ସମ୍ପର୍କରେ ଆଲୋଚନା କରି ଏଦିଗରେ ଆବଶ୍ୟକ ପ୍ଲାନ ପ୍ରସ୍ତୁତ କରି ଜଳସେଚନ ବିଭାଗ,ପୂର୍ତ୍ତ ବିଭାଗ,ଜଙ୍ଗଲ ବିଭାଗ ଓ ପୈାରସଂସ୍ଥା ଅଧିକାରୀ ତାଙ୍କୁ ମିଳିତ ଭାବେ ଭେଟିବା ପାଇଁ ନିର୍ଦେଶ ଦେଇଥିଲେ । ପ୍ରସ୍ତୁତ କରି ଆସନ୍ତା ସୋମବାର ଭିତରେ ଜିଲ୍ଲାରେ ଥିବା ୯୭ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ସେଠାରେ ଆବଶ୍ୟକୀୟ ବିଦୁ୍ୟତ,ପାନୀୟ ଜଳ ବ୍ୟବସ୍ଥା ସହିତ ଆଶ୍ରୟ ସ୍ଥଳର ମରାମତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବାତ୍ୟା ଆଶ୍ରୟ ସ୍ଥଳି ଗୁଡିକର ସୁପରିଚାଳନା ଦାୟିତ୍ୱ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତି । ଚଳିତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଅଚଂଳରେ ଆଉ ୩୦ଟି ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ କରାଯିବ । ଫନି ବାତ୍ୟା ସମୟରେ ୪ଶହ ବିଦ୍ୟାଳୟକୁ ଆଶ୍ରୟସ୍ଥଳି ଭାବେ ବ୍ୟବହାର କରାଯାଇଥିଲା । ତେଣୁ ବର୍ଷା ପୂର୍ବରୁ କଚାଘର ପାଖରେ ଥିବା ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯିବ । ଜିଲ୍ଲାର ପ୍ରତ୍ୟେକ ବିଭାଗ ବାତ୍ୟା ପରିଚାଳନା ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଦିନର ବର୍ଷା ପରିମାଣ ମାପକରି ସଂପୃକ୍ତ ବ୍ଲକ କାର୍ଯ୍ୟାଳୟ ସଠିକ ରିପୋର୍ଟ ଜିଲ୍ଲା ଜରୁରୀ ବିଭାଗକୁ ପଠାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେକ ଥାନାର ଭି.ଏଚ.ଏପ.ସଚଳ ରଖିବା ସହ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ଭି.ଏଚ.ଏଫ. ଲଗାଯିବା କୁ ଜିଲ୍ଲାପାଳଙ୍କ ନିର୍ଦେଶ । ଗରଦପୁର ବ୍ଲକରେ ଟେଲିଫୋନ ସଂଯୋଗ ନଥିବାରୁ ସେଠାରେ ୱାୟାରଲେସ ଟେଲିଫୋନ ଲଗାଯିବାକୁ ନିଷ୍ପତି । ବୋଟ ଚାଳକଙ୍କ କାର୍ଯ୍ୟରେ ଯୋଗଦାନ ସମ୍ପର୍କରେ ରିପୋର୍ଟ କରିବା ସହ ଜୁନମାସ ପ୍ରଥମ ସପ୍ତାହ ସୁଦ୍ଧା ବେସରକାରୀ ବୋଟର ତାଲିକା ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୨ଶହ ଘରୋଇ ଡଙ୍ଗା ଥିବା ବେଳେ ଏକଶହ ପାୱାର ବୋଟ ରହିଛି ଏବଂ ୫୧ଟି ସରକାରୀ ଡଙ୍ଗା ଅଛି । ବର୍ଷା ଆସିବା ପୂର୍ବରୁ ସମସ୍ତ ଖାଉଟି କେନ୍ଦ୍ରରେ ଚାଉଳ,ଚୁଡା,ଗୁଡ ଓ କିରୋସିନ ମହଜୁଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ସମୟରେ ସୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ଓ ପଶୁ ସଂପଦ ବିଭାଗ ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ଚିକିସିା, ଜୀବନ ରକ୍ଷାକାରୀ ଔଷଧ ଓ ସାପ କାମୁଡା ଔଷଧ ଆବଶ୍ୟକ ସମୟରେ ଯୋଗାଇଦେବା ନିମନ୍ତେ ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଓଡ୍ରାଫ,ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ଗଛକଟାଳିଙ୍କୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଉପଜିଲ୍ଲାପାଳ ସୟ କୁମାର ମିଶ୍ର,ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀ,ଜିଲ୍ଲା ମୁଖ୍ୟ ଚିକିସିା ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର,ଲାଇନ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

Read More...

 ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page