ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

March 31, 2021, ଓଡ଼ିଶା, , Anupambharat News Bureau


ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ
Anupambharat News Bureau
March 31, 2021


ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): କୋରନାକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ ଲାଇନ ଆସନ୍ତାକାଲିଠାରୁ ୩୦ ପର୍ଯ୍ୟନ୍ତ ଜାରି ରହିବ । ଏଣିକି କରୋନା ସଂକ୍ରମିତ ବହୁଳ ଅଞ୍ଚଳକ ଚିହ୍ନଟ କରି କଣ୍ଟେନମେଣ୍ଟ ଜୋନ୍‌ କିମ୍ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କ୍ଷମତା ଜିଲ୍ଲାପାଳ ଓ ପୌର ପ୍ରଶାସନ ନିକଟରେ ରହିବ । ସେହିଭଳି ଧର୍ମାନୁଷ୍ଠାନ ଭିତରକୁ କେତେ ଜଣ ଶ୍ରଦ୍ଧାଳୁ ଯିବେ ଓ ଧାର୍ମିକ କାମରେ କେତେ ଜଣ ସାମିଲ ହୋଇପାରିବେ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରିବ । ବୁଧବାର ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୂଆ ଗାଇଡ୍‌ ଲାଇନ୍‌ରୁ ଏହା ଜଣାପଡିଛି । ଏସ୍‌ଆରସିଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ହଲ୍‌ରେ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ । ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ । ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିଶନର ଓ ପୋଲିସ୍‌ କମିଶନର କୋଭିଡ୍‌ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଗାଇଡ୍‌ ଲାଇନ୍‌ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି । ଘରକୁ ଘର ସର୍ଭେ ହେବ । ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

Read More...

ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page