ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

March 31, 2021, ଦେଶ, , Anupambharat News Bureau


  ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ
Anupambharat News Bureau
March 31, 2021


ନୂଆଦିଲ୍ଲୀ : ରୋଷେଇ ଗ୍ୟାସ ମୂଲ୍ୟ ହ୍ରାସ କରିଛନ୍ତି ତୈଳ କମ୍ପାନୀ । ଇଣ୍ଡିଆନ ଅୟେଲ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ) ବୁଧବାର ଏହି ସୂଚନା ଦେଇଛନ୍ତି । ଘରୋଇ ଉପଯୋଗ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ଦର ସୁଧାର ହୋଇଛି । ଏଥିରେ ପ୍ରତି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ହୋଇଛି । ଏହି ନୂଆ ଦର ସାରା ଦେଶରେ ୧ ଏପ୍ରିଲରୁ ଲାଗୁ ହେବ ବୋଲି ଆଇଓସିଏଲ ଘୋଷଣା କରିଛନ୍ତି । ତୈଳ କମ୍ପାନୀମାନେ ଗତ ଫେବୃଆରୀ ମାସରୁ ଦେଶରେ ଏଲପିଜି ଦର ବୃଦ୍ଧି କରୁଛନ୍ତି । ଏଥିରେ ଫେବୃଆରୀରେ ବଢିଥିବା ଦର ମାର୍ଚ୍ଚ ମାସରେ ଆହୁରି ବୃଦ୍ଧି ପାଇବା ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଥିଲା । ତେବେ ତୈଳ କମ୍ପାନୀମାନେ ମାସ ଶେଷ ହେବା ପୂର୍ବରୁ ଦର ସୁଧାର କରିଛନ୍ତି । ଏଥିରେ ଏଲପିଜି ପ୍ରତି ସିଲିଣ୍ଡର ଏବେ ଗ୍ରାହକଙ୍କର ୧୦ ଟଙ୍କା ସଞ୍ଚୟ ହେବ । ୨୦୨୦ ରେ କରୋନା ଲକଡାଉନ ଯୋଗୁ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସୁଧାର କରିନଥିଲେ । ତେବେ ରୋଷେଇ ଗ୍ୟାସ୍‌ ମୂଲ୍ୟରେ ବାରମ୍ବାର ମୂଲ୍ୟ ସୁଧାର ହେବା ସହ ଦର ହ୍ରାସ ଓ ବୃଦ୍ଧି ହୋଇଥିଲା । ତେବେ ମାର୍ଚ୍ଚ ମାସରେ ହୋଇଥିବା ଦରବୃଦ୍ଧି ଯୋଗୁ ସରକାରଙ୍କୁ ବିରୋଧୀ ଦଳ ସଂସଦ ସମେତ ରାସ୍ତାଘାଟରେ ଘେରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

Read More...

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page