ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

April 05, 2021, ଦେଶ, , Anupambharat News Bureau


ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି
Anupambharat News Bureau
April 05, 2021


ମୁମ୍ବାଇ: ଦେଶରେ କରୋନାରେ ସବୁଠୁ ଅଧିକ ପ୍ରକୋପ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ କଟକଣା ଲାଗୁ କରିଛନ୍ତି । ଏହାକୁ ଦେଖି ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବଢି ଯାଇଛି । ଫଳରେ ସେମାନଙ୍କ ଘର ବାହୁଡା ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଲାଣି । ସେମାନଙ୍କ ଅନୁଯାୟୀ ସରକାରଙ୍କ ଏହି ପଦକ୍ଷେପର ପ୍ରଭାବ ସେମାନଙ୍କ ରୋଜଗାର ଉପରେ ପଡିବ । ରାଜ୍ୟ ସରକାର ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିନଥିଲେ ମଧ୍ୟ ଶ୍ରମିକମାନେ ଏହି ଭୟ କରୁଛନ୍ତି ଯେ, ରେଳ ସେବା ଏବଂ ଅନ୍ୟ ସେବା ବନ୍ଦ ହୋଇପାରେଛ ପୁଣି ଥରେ ସେମାନଙ୍କୁ ଗତ ବର୍ଷ ପରି ସମସ୍ୟା ଭୋଗିବାକୁ ପଡିପାରେ । ଲକ୍‌ଡାଉନ୍‌ ଆଶଙ୍କାକୁ ଦୃଷ୍ଟିରେ ରଖି ଅନେକ ଶ୍ରମିକ ସହର ଛାଡି ପଳାୟନ କରିବାରେ ଲାଗିଛନ୍ତି । ଗତ ଦୁଇ ଦିନ ହେବ ପଳାୟନ କରୁଥିବା ଶ୍ରମିକଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି । ଅନେକଙ୍କ କହିବା କଥା ଟ୍ରେନ ସେବା ବନ୍ଦ ହେବା ପୂର୍ବରୁ ସହର ଛାଡି ଚାଲିଯିବା ଉଚିତ । ଗତ ବର୍ଷ ପରି ଷ୍ଟେସନଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳୁନଥିଲେ ବି ବଡ ସଂଖ୍ୟାରେ ଶ୍ରମିକ ଘରମୁହାଁ ହେବାରେ ଲାଗିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୦ରେ ବିହାର, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଯିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ଉତ୍ତର ପ୍ରଦେଶ ଏବଂ ବିହାର ଯାତ୍ରା କରୁଥିବା ଟ୍ରେନରେ ଲୋକଙ୍କ ସଂଖ୍ୟା ଦୁଇ ଗୁଣ ବଢିଥିବା ଜଣା ପଡିଛି । ଯେବେ ଉଦ୍ଧବ ଠାକରେ ସରକାର ନୂତନ କଟକଣା ଘୋଷଣା କଲେ , ତା ପୂର୍ବରୁ ଅନେକ ଶ୍ରମିକ ଘରକୁ ଯିବା ପାଇଁ ଟିକେଟ୍‌ ବୁକିଂ କରି ସାରିଥିଲେଛ ଆଉ କିଛି କଟକଣା ଖବର ଶୁଣିବା ମାତ୍ରେ ଷ୍ଟେସନରେ ପହଞ୍ଚି ଯାଇଥିଲେ । ଭିଡ ନିୟନ୍ତ୍ରଣ ପାଇଁ ଏଲଟିଟିରେ ମୁତୟନ ରେଲେୱ ସୁରକ୍ଷା ବଳ(ଆରପିଏଫ)ର ଜଣେ ଗାର୍ଡ କହିଛନ୍ତି, ଗତ ଦୁଇ ଦିନ ହେବ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟାରେ ଦୁଇ ଗୁଣ ବୃଦ୍ଧି ଦେଖିବାକୁ ମିଳୁଛି । ପ୍ରବାସୀ ଶ୍ରମିକ ନିଜ ଘର ଅଭିମୁଖେ ପଳାୟନ କରିବାରେ ଲାଗିଛନ୍ତି । କି;ୁ ଗତ ବର୍ଷ ଭିଡ ତୂଳନାରେ ଏଥର ବହୁତ କମ ଭିଡ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

Read More...

 ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page