ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର

April 05, 2021, ଦେଶ, , Anupambharat News Bureau


 ଦିଲୀପ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀର
Anupambharat News Bureau
April 05, 2021


ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନିଲ ଦେଶମୁଖ ଇସ୍ତଫା ଦେବାପରେ ଏବେ ପରବର୍ତ୍ତୀ ଗୃହମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ୍ସ ଲାଗି ରହିଛି । ଏହି କ୍ରମରେ ଆଗରେ ରହିଛି ଦିଲୀପ ପାଟିଲଙ୍କ ନାଁ । ଦିଲୀପ ପାଟିଲ ହୋଇପାରନ୍ତ ମହରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ । ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ନିଜ ପଦରୁ ଇସ୍ତଫାଦେଇଛନ୍ତି ।କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ । ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ବଟି ମାଗୁଥିବା ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ତେବେ ଏହି ମାମଲାର ଶୁଣାଣି କରି ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ବଦଳି କରାଯାଇଥିଲା ।ଏହାପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ସଚିନ ୱାଜେଙ୍କୁ ମୁମ୍ବାଇରୁ କୋଟି କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ । ଏହା ବ୍ୟତୀତ ମଧ୍ୟ ସେ ଅନିଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

Read More...

  ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ହ୍ରାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page