ମିଆଁମାର ସ୍ଥିତି ଅସମ୍ଭାଳ

April 27, 2021, ବିଦେଶ, , Anupambharat News Bureau


ମିଆଁମାର ସ୍ଥିତି ଅସମ୍ଭାଳ
Anupambharat News Bureau
April 27, 2021


ନୂଆଦିଲ୍ଲୀ: ସେନା ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ ମିଆଁମାରବାସୀ । ବିଜୁଳୀ ବିଲ୍‌, କୃଷି ଋଣ ଦେବେନି କି ପିଲାଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ଆନ୍ଦୋଳନକାରୀ ଆହ୍ୱାନ ଦେଇଥିବା ଜଣାପଡ଼ିଛି ।
ମିଆଁମାରରେ ସୈନ୍ୟ ଶାସନ ବିରୋଧରେ ଏବେ ବି ଜୋରଦାର ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭକାରୀ ସୈନ୍ୟ ଶାସନ ଜୁଣ୍ଟା ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଛନ୍ତି । ସୈନ୍ୟ ସରକାରକୁ ବିଜୁଳୀ ବିଲ୍‌ ଏବଂ କୃଷି ଋଣ ନଦେବାକୁ ଲୋକମାନଙ୍କୁ ଆହ୍ୱନ ଦିଆଯାଇଛି ।
ଏହା ସହ ସେନା ବିରୋଧରେ ସ୍ୱାଧୀନତା ଦାବି କରୁଆସୁଥିବା ଆନ୍ଦୋଳନକାରୀ ପିଲାମାନଙ୍କୁ ସ୍କୁଲ ନଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସବୁ କାର୍ଯ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି । ମିଆଁମାରର ବଡ଼ ବଡ଼ ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା । ତାର ଗୋଟିଏ ଦିନ ପରେ ଇଣ୍ଡୋନେସିଆରେ ଆୟୋଜିତ ସମ୍ମିଳନୀ (ଏଏସ୍‌ଇଏଏନ)ରେ ମିଆଁମାରର ବରିଷ୍ଠ ଜେନେରାଲ୍‌ ମିଙ୍ଗ ଓଙ୍ଗ ହେଇଙ୍ଗ ଶାନ୍ତି ପ୍ରତିଷ୍ଠା ପାଇଁ ଚୁକ୍ତି କରିଛନ୍ତି । କି;ୁ ଜୁଣ୍ଟା ମୁଖ୍ୟ ଲୋକତାନ୍ତ୍ରିକ ସରକାରଙ୍କ ନେତା ଆଙ୍ଗ ସାନ ସୁକିଙ୍କ ସମେତ ରାଜନୈତକ କଏଦୀଙ୍କୁ ମୁକ୍ତ କରିବା ଦାବିକୁ କର୍ଣ୍ଣପାତ କରିନଥିଲେ ।
ଏହାକୁ ବିରୋଧ କରି ମିଆଁମାର ଜନତା ଅନଶନ ପାଖରୁ ଅସହଯୋଗ ଆନ୍ଦୋଳନ ପର୍ଯ୍ୟନ୍ତ କରିଛନ୍ତି । ଏହି ଆନ୍ଦୋଳନ ଯୋଗୁ ମିଆଁମାରର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇପଡ଼ିଛି । ଅନ୍ୟପଟେ ଜୁଣ୍ଟା ବିରୋଧରେ ଅସହଯୋଗ କରିବାକୁ ସହରରୁ ରାଜ୍ୟ ପର୍ଯ୍ୟନ୍ତ ଲୋକେ ସବୁ ପ୍ରକାର ପ୍ରଚେଷ୍ଟା କରିବୁ । ସେମାନଙ୍କ ସିଷ୍ଟମରେ ଆମେ ସାମିଲ ହେବୁନି କି ସେମାନଙ୍କୁ ସହଯୋଗ କରିବୁ ନାହିଁ ବୋଲି ମୋନୟାର ଜଣେ ଆନ୍ଦୋଳନକାରୀ କାନ୍ତ ୱାଇ ରିଉଟର୍ସକୁ କହିଛନ୍ତି ।
ମୁଖ୍ୟ ସହରରରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଲୋକେ ରାଜ ରାସ୍ତାରେ ବିକ୍ଷୋଭ କରୁଛନ୍ତିଛ କି;ୁ ସେହି ସମୟରେ କୌଣସି ପ୍ରକାର ହିଂସା ନେଇ ଖବର ମିଳିନାହିଁ ବୋଲି ରିଉଟର୍ସରେ ଖବର ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

Read More...

ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page