ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

April 27, 2021, ଦେଶ, , Anupambharat News Bureau


ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା
Anupambharat News Bureau
April 27, 2021


ଉତ୍ତରପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ୍ରୋମା ସେଣ୍ଟର ପହଞ୍ଚିଥିଲେ । ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା କି;ୁ ସରକାରୀ ଟ୍ରୋମା ସେଣ୍ଟରରେ ଅକ୍ସିଜେନ ନଥିଲା । ସେଥିପାଇଁ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ନାହିଁ ଏବଂ ପରେ ତାର ମୃତ୍ୟୁ ହୋଇଥିଲା । ଝିଅର ବାପା କାନ୍ଦି କାନ୍ଦି କହିଛନ୍ତି ଯେ, ଏଠାରେ ଅକ୍ସିଜେନ ନାହିଁ ଏବଂ ଚିକିତ୍ସା ମଧ୍ୟ ମିଳିପାରୁ ନାହିଁ । ଡାକ୍ତର ଝିଅକୁ ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ । ଅନେକ ଥର କହିବା ସେ‰ ମଧ୍ୟ ମୃତ ଝିଅକୁ ନେବା ପାଇଁ ଆମ୍ବୁଲାନ୍ସ ଖଣ୍ଡେ ବି ଦିଆଗଲା ନାହିଁ । ନିୟମ ଅନୁସାରେ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ବା ସରକାରୀ ଗାଡ଼ିରେ ପଠାଯାଇଥାଏ । କି;ୁ ସରକାରୀ ଟ୍ରୋମା ସେଣ୍ଟରରେ ଏଭଳି କୌଣସି ସୁବିଧା ନଥିଲା । ଏହା ପରେ ଅସହାୟ ବାପାକୁ ଝିଅର ଶବ ମୋଟର ସାଇକେଲରେ ଘରକୁ ନେବାକୁ ପଡ଼ିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

Read More...

ମିଆଁମାର ସ୍ଥିତି ଅସମ୍ଭାଳ

ମିଆଁମାର ସ୍ଥିତି ଅସମ୍ଭାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page