୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

May 08, 2021, ଓଡ଼ିଶା, , Anupambharat News Bureau


୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ
Anupambharat News Bureau
May 08, 2021


କୋଭିଡ଼ ଚିକିତ୍ସା ପାଇଁ ୨ଡେଓକ୍ସି-ଡି ଗ୍ଲୋକୁଜ(୨-ଡିଜି) ନାମକ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ କରୋନା ବିରୋଧରେ ଲଢ଼େଇରେ ଭାରତ ଆଉ ଏକ ପାଦ ଆଗକୁ ଯାଇଛି k ଏଥିସହିତ ଏହି ଖବର କରୋନା ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତ ଆଣିଛି । ଏହି ଔଷଧ ଡିଆରଡିଓର ଇନଷ୍ଟିଚୁ୍ୟଟ୍‌ ଅଫ୍‌ ନୁ୍ୟକ୍ଲିୟର ମେଡିସିନ୍‌ ଆଣ୍ଡ ଆଲାୟଡ ସାଇନ୍ସସେସ୍‌ (ଆଇଏନଏମଏଏସ) ଓ ଅନ୍ୟତମ ପ୍ରମୁଖ ଫାର୍ମ କମ୍ପାନୀ ଡକ୍ତର ରେzିସ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି । ଏହି ଔଷଧ ପାଉଡର ରୂପରେ ଉପଲବ୍ଧ ହେବ । ଯାହାକୁ ପାଣିରେ ମିଶାଇ ପିଇବାକୁ ପଡିବ । ଏହି ଔଷଧ ସଂକ୍ରମିତ କୋଷଗୁଡିକ ଉପରେ ଜମା ହୋଇ ଭୂତାଣୁ ସଂକ୍ରମଣର ବୃଦ୍ଧିକୁ ରୋକିବାରେ ସହାୟକ ହେବ । ଏହି ଔଷଧର ଏକ ବଡଗୁଣ ହେଉଛି ତାହା ଶରୀରକୁ ଯିବା ପରେ ଭୂତାଣୁ ସଂକ୍ରମିତ କୋଷଗୁଡିକୁ ଚିହ୍ନଟ କରି ତା ଉପରେ ଏକ ଆସ୍ତରଣ ଭଳି ମାଡି ରହିବ । କୋଭିଡ଼ ସଂକ୍ରମିତଙ୍କୁ ଏହି ଔଷଧ ପ୍ରୟୋଗ ପରେ ସେମାନଙ୍କ ଆରଟି-ପିସିଆର ନେଗଟିଭକୁ ରୂପାନ୍ତରିତ ହୋଇଥିବା ଆଇଏନଏମଏଏସ-ଡିଆରଡିଓ ପକ୍ଷରୁ ଦାବି କରାଯାଇଛି । ର୍ନିମାତାକାରୀ ମାନେ ଆହୁରି ଦାବି କରିଛନ୍ତି ଯେ, ଏହି ଔଷଧ ସେବନ ଫଳରେ ସଂକ୍ରମିତଙ୍କର ଅକ୍ସିଜେନ ସ୍ତର କମିବ ନାହିଁ କି ସେମାନଙ୍କୁ ଅଧିକ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବାକୁ ପଡିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୧୦୦ ଟପିଲା ପେଟ୍ରୋଲ ଦର

୧୦୦ ଟପିଲା ପେଟ୍ରୋଲ ଦର

Read More...

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page