୧୦୦ ଟପିଲା ପେଟ୍ରୋଲ ଦର

May 10, 2021, ଦେଶ, , Anupambharat News Bureau


 ୧୦୦ ଟପିଲା ପେଟ୍ରୋଲ ଦର
Anupambharat News Bureau
May 10, 2021


ନୂଆଦିଲ୍ଲୀ,୧୦ା୫:ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁ ଲୋକମାନେ କଟକଣା ମଧ୍ୟରେ ରହିଥିବା ବେଳେ ସେମାନଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି । ଦୁଇ ଦିନର ବିରତୀ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ବର୍ଦ୍ଧିତ ଦର ପରେ ତୈଳଦର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ସେହିପରି ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ଆଉ ଗୋଟିଏ ରାଜ୍ୟରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଯାଇଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୨୬ ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୧.୨୭ ଟଙ୍କାରୁ ବୃଦ୍ଧି ପାଇ ୯୧.୫୩ ଟଙ୍କାରେ ପହଞ୍ଚି ଯାଇଛି । ସେହିପରି ଡିଜେଲର ଲିଟର ପିଛା ଦର ୩୩ ପଇସା ମହଙ୍ଗା ହୋଇଛି । ଏହି କାରଣରୁ ରାଜଧାନୀରେ ଆଜି ଡିଜେଲ ଲିଟର ପିଛା ୮୨.୦୬ ଟଙ୍କାରେ ବିକ୍ରି ହେଉଛିଛ ଗତକାଲି ଏହା ୮୧.୭୩ ଟଙ୍କା ରହିଥିଲା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ୧୦୦ ଟଙ୍କା ପାଖରେ ପହଞ୍ଚି ଯାଇଛି । ଡିଜେଲ ଦର ମଧ୍ୟ ୯୦ ଟଙ୍କା ଅତିକ୍ରମ କରିବାକୁ ବସିଛି । ଆଜି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୭.୮୬ ଟଙ୍କା ଓ ଡିଜେଲ ଦର ୮୯.୧୭ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ଯଥାକ୍ରମେ ୯୩.୩୮ ଟଙ୍କା ଓ ୮୬.୯୬ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲର ଲିଟର ୯୧.୬୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୪.୯୦ ଟଙ୍କା ରହିଛି । କିଛି ଦିନ ତଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଥିଲାଛ ଆଜି ଏହି ତାଲିକାରେ ମହାରାଷ୍ଟ୍ର ଯୋଡ଼ି ହୋଇଯାଇଛିଛ ମହାରାଷ୍ଟ୍ରର ପରବାହାନୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୧୦୦.୨୦ ଟଙ୍କା ରହିଛି ।
ମଧ୍ୟପ୍ରଦେଶର ଅନରୂପ ଭାବରେ ଏହା ଲିଟର ପିଛା ୧୦୨.୧୨ ଟଙ୍କାରେ ବିକ୍ରି ହେଉଥିଲା । ସୂଚନାଯୋଗ୍ୟ, ଗତ ଗୋଟିଏ ସପ୍ତାହ ମଧ୍ୟରେ ତୈଳଦର ୫ଥର ବୃଦ୍ଧି ପାଇଲାଣି । ଏହି ସମୟରେ ପେଟ୍ରୋଲର ଲିଟର ପିଛା ଦାମ ୧.୧୪ ଟଙ୍କା ଓ ଡିଜେଲର ଦାମ ୧.୩୩ ମହଙ୍ଗା ହୋଇଛି । ମାର୍ଚ୍ଚ ୨୪ରୁ ଏପ୍ରିଲ ୧୫ ମଧ୍ୟରେ ସରକାର ଏକାଧିକ ଥର ଦର ହ ୍ରାସ କରିଥିଲେ । ହେଲେ ଏବେ ବର୍ଦ୍ଧିତ ଦାମ ହ ୍ରାସ ହୋଇଥିବା ଟଙ୍କାକୁ ଅତିକ୍ରମ କରିସାରିଲାଣି । ମାର୍ଚ୍ଚ ୨୪ରୁ ଏପ୍ରିଲ ୧୫ ମଧ୍ୟରେ ପେଟ୍ରୋଲ ୬୭ ପଇସା ଓ ଡିଜେଲ ୭୪ ପଇସା ହ ୍ରାସ ପାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସ୍ଥାଭୋଟରେ ହାରିଲେ ଓଲି

ଆସ୍ଥାଭୋଟରେ ହାରିଲେ ଓଲି

Read More...

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page