ଭଦ୍ରକରେ ବଧୂହତ୍ୟା, ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

May 10, 2019, ଓଡ଼ିଶା, ଭଦ୍ରକ, Anupambharat News Bureau


ଭଦ୍ରକରେ ବଧୂହତ୍ୟା,   ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା
Anupambharat News Bureau
May 10, 2019

ଭଦ୍ରକ,୧୦ା୫(ଅନୁପମ ମିଡିଆ): ଗତକାଲି ଯୌତୁକ ପାଇଁ ଜଣେ ନବବଧୂର ଜୀବନ ଦୀପ ଲିଭିଯାଇଥିବାବେଳେ ଆଜି ସଦଭାର ଟଙ୍କା ପାଇଁ ପୁଣି ଘଟିଛି ଜଣେ ୯ ମାସର ଗର୍ଭବତୀର ମୃତୁ୍ୟ । ଏ ସଂପର୍କରେ ସ୍ଥାନୀୟ ଥାନାରେ କନ୍ୟା ପିତା ଅଭିଯୋଗ କରିଥିବାବେଳେ ପୁଲିସ୍‌ ଶାଶୁ ଓ ଜଣେ ନାବାଳକ ଦିଅରକୁ ଅଟକ ରଖିଥିବାର ଜଣାପଡିଛି । କନ୍ୟା ପିତାଙ୍କ ଅଭିଯୋଗରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଇଚ୍ଛାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ କନ୍ୟା ଭାଗ୍ୟଲକ୍ଷ୍ମୀ (୨୧) ସହ ଧୁଷୁରୀ ଥାନା ଅଧୀନସ୍ଥ ପୋଖରିଆ ଗ୍ରାମର ଚିନ୍ତାମଣି ବେହେରାଙ୍କ ପୁତ୍ର ସତ୍ୟନାରାୟଣର ଗତ ବର୍ଷକ ତଳେ ବୈଦିକ ମତେ ବିବାହ ହୋଇଥିଲା । ସତ୍ୟନାରାୟଣ ବାହାରେ ଚାକିରୀ କରୁଥିବାବେଳେ ଭାଗ୍ୟଲକ୍ଷ୍ମୀ ନିଜ ଶ୍ୱଶୁରଘରେ ରହିଥିଲା । ଇତିମଧ୍ୟରେ ଭାଗ୍ୟଲକ୍ଷ୍ମୀ ୯ ମାସର ଗର୍ଭବତୀ ହୋଇଥିବାବେଳେ ସଦଭାର ପାଇଁ ଶ୍ୱଶୁରଘର ଲୋକେ ୬୦ ହଜାର ଟଙ୍କା ଦାବି କରିଥିଲେ । ମାତ୍ର ଗତକାଲି ଭାଗ୍ୟଲକ୍ଷ୍ମୀର ପିତା ଉକ୍ତ ଟଙ୍କା ବାବଦ ୪୦ ହଜାର ଦେଇଥିବାବେଳେ ଅବଶିଷ୍ଟ ୨୦ ହଜାର ଟଙ୍କା ଦେଇପାରିନଥିଲେ । ଆଜି ସକାଳୁ ଭାଗ୍ୟଲକ୍ଷ୍ମୀର ଶ୍ୱଶୁର ଘର ପକ୍ଷରୁ ତାଙ୍କ କନ୍ୟା ଆତ୍ମହତ୍ୟା କରିଥିବା ବିଷୟ ତାଙ୍କ ପିତାଙ୍କ ନିକଟକୁ ଖବର ପଠାଇଥିଲେ । ଅପରପକ୍ଷରେ ଏହି ଘଟଣାରେ ଶ୍ୱଶୁରଘର ଲୋକେ ଭାଗ୍ୟଲକ୍ଷ୍ମୀକୁ ଏଥିପାଇଁ ନାନା କଟୁ କଥା କହିବା ସହ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ବିଷୟ କନ୍ୟା ପିତା ଥାନାରେ ଅଭିଯୋଗ କରିଛନ୍ତି । ଧୁଷୁରୀ ଥାନା ପୁଲିସ୍‌ ଆଜି ଏହି ଘଟଣାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ଭଦ୍ରକ ଜିଲା ମୁଖ୍ୟ ଚିକିସିାଳୟ ପଠାଇ ତଦନ୍ତ ଚାଲୁ ରଖିଥିବାର ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

Read More...

ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page