ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

May 10, 2019, ଓଡ଼ିଶା, ଅନୁଗୁଳ, Anupambharat News Bureau


ଦନ୍ତା ହାତୀର ଗଳିତ ଶବ ଉଦ୍ଧାର
Anupambharat News Bureau
May 10, 2019

ଅନୁଗୋଳ ,୧୦ା୫(ଅନୁପମ ମିଡିଆ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର କରାଯାଇଛି । କିଛି ଜଙ୍ଗଲ ଜଗୁଆଳି ଆଜି ହାତୀର ଗଳିବ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବା ପରେ ଘଟଣାସ୍ଥଳେ ବନ ଅଧିକାରୀମାନେ ପହଞ୍ଚି ଶବର ପଞ୍ଚନାମା କରିବା ସହିତ ବ୍ୟବଚ୍ଛେଦ କରାଇଛନ୍ତି । ମୃତ ହାତୀର ଦାନ୍ତ ଗୁଡ଼ିକ ସୁରକ୍ଷିତ ଥିବାବେଳେ କେଉଁ ପରିସ୍ଥିତିରେ ଦନ୍ତାର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ । ତେବେ ଆଜକୁ ପ୍ରାୟ ୫/୬ ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଗତ କିଛିଦିନ ହେଲାଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ଶିକାର ହୋଇ ହାତୀଟି ମୃତ୍ୟୁ ବରଣ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି । ବନ ବିଭାଗ ପଶୁ ବିଶେଷଜ୍ଞଙ୍କ ସହାୟତାରେ ବ୍ୟବଚ୍ଛେଦ କରିବା ପରେ ଶବଟିକୁ ମାଟିରେ ପୋତି ଦିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

Read More...

ଭଦ୍ରକରେ ବଧୂହତ୍ୟା,   ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

ଭଦ୍ରକରେ ବଧୂହତ୍ୟା, ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page