ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

June 02, 2021, ଦେଶ, , Anupambharat News Bureau


ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ
Anupambharat News Bureau
June 02, 2021


ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆପଣାଇଥବା ଶୈଳୀକୁ ଆଜି ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟପାଳିକା କେବେ ହେଲେ ଚୁପ ବସିବେ ନାହିଁ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାର ୪୫ ବର୍ଗଙ୍କୁ ମାଗଣାରେ ଟିକା ଦେଉଥିବା ବେଳେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି ।କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ଅଯୌକ୍ତିକର ଓ ଏକପାଖିଆ ବୋଲି କହିଛନ୍ତି । ସେହିପରି ଟିକାକରଣ ଶୈଳୀରେ ଅନେକ ବିଭ୍ରାଟ ଥିବା ସୁପ୍ରିମକୋର୍ଟ କହିବା ସହ କେନ୍ଦ୍ର ସରକାରଙ୍କୁ ଏହା ଉପରେ ସବୁ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଏଥିସହ ଟିକା ପାଇଁ ବଜେଟରେ ହୋଇଥିବା ୩୫ ହଜାର କୋଟିର କଥା ମଧ୍ୟ ସୁପ୍ରିମକୋର୍ଟ ଉଠାଇଛନ୍ତି । ୨୦୨୧ ମସିହା ଡିସେମ୍ବର ୩୧ ସୁଦ୍ଧା ଟିକାର ଉପଲବ୍ଧତା ଓ ଟିକାକରଣ କେନ୍ଦ୍ର ସରକାର କ’ଣ ସବୁ ଯୋଜନା କରିଛନ୍ତି, ତା’ର ତଥ୍ୟ ମଧ୍ୟ କୋର୍ଟ ମାଗିଛନ୍ତି । କେନ୍ଦ୍ର ସରକାର ଏହା ପୂର୍ବରୁ ଡିସେମ୍ବର ସୁଦ୍ଧା ଦେଶର ୧୦୮ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କହିଥିଲେଛ ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି କେନ୍ଦ୍ର ସରକାର କେବଳ ବିଭ୍ରାନ୍ତ କରିବା ଭଳି ବୟାନ ଦେଉଥିବା ବିରୋଧୀମାନେ କହିଥିଲେ । ଆଜି କୋର୍ଟ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, ବର୍ତ୍ତମାନ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ କେବଳ ସଂକ୍ରମିତ ହେଉ ନାହାନ୍ତି, ବରଂ ସେମାନଙ୍କ ଶରୀରରେ ସଂକ୍ରମଣର ସାଂଘାତିକ ଲକ୍ଷଣ ଦେଖାଯାଉଛି । ସେମାନଙ୍କୁ ଅଧିକ ସମୟ ହସ୍ପିଟାଲରେ ରହିବାକୁ ପଡ଼ୁଛି ଓ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇବାକୁ ମଧ୍ୟ ପଡ଼ୁଛି । ମହାମାରୀ ତା’ର ରୂପ ବଦଳାଉ ଥିବାରୁ ଯୁବଗୋଷ୍ଠୀଙ୍କୁ ମଧ୍ୟ ଟିକା ଦେବାର ବ୍ୟବସ୍ଥା ହେବା ଉଚିତ । ପ୍ରଥମ ଦୁଇ ଦଫାରେ ଲୋକଙ୍କୁ ମାଗଣାରେ ଟିକା ଦିଆଯାଉଥିବା ବେଳେ ଏବେ ୧୮-୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଯେତେବେଳେ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବ, ସେତେବେଳେ ନ୍ୟାୟପାଳିକା ଚୁପ ବସିବ ନାହିଁ । ସମ୍ବିଧାନ ମଧ୍ୟ ଏପରି ଅଧିକାର ଦେଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ନିଜ ଆଡ଼ୁ ଟିକାକରଣ ଓ ଟିକା କ୍ରୟ ଉପରେ ସବୁ ତଥ୍ୟ ଜାଣିବାକୁ ଚାହିଁଛନ୍ତି । କୋର୍ଟ କହିଛନ୍ତି, ବଜେଟରେ ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା ।
ଏଯାଏ ଟିକା କ୍ରୟ ପାଇଁ ଏହା କେମିତି ଖର୍ଚ୍ଚ କରାଯାଇଛି? ଏହି ଅର୍ଥକୁ କାହିଁକି ୧୮-୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ? ଏହି ଅର୍ଥ ବଳରେ ୧୮ରୁ ୪୪ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ମାଗଣାରେ ଟିକା କ’ଣ ଦିଆଯାଇ ପାରିବ ନାହିଁ?ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଥିବା କୋଭାକ୍ସିନ, କୋଭିସିଲï ଓ ସ୍ପୁଟନିକ ଭି ଟିକାର କ୍ରୟ ଇତିହାସ ସୁପ୍ରିମକୋର୍ଟ ମାଗିଛନ୍ତ । ଏଯାଏ କେତେ ଟିକା ଅର୍ଡର ହୋଇଛି? କେବେ ଅର୍ଡର ଦିଆଯାଇଛି? କେତେ ଡୋଜ୍‌ ଆସିଛି ଓ ଆଉ କେତେ ଡୋଜ୍‌ କେବେ ଆସିବ, ତା’ର ତଥ୍ୟ ମଧ୍ୟ ସର୍ବୋଚ୍ଚ ଅଦାଲତ ମାଗିଛନ୍ତି k ଡିସେମ୍ବର ୩୧ ସୁଦ୍ଧା କେଉଁଠୁ କେତେ ଟିକା ମିଳିବ ଓ ବାକି ଥିବା ଲୋକଙ୍କୁ କେବେ ସୁଦ୍ଧା ଟିକା ଦିଆଯିବ, ମଧ୍ୟ ସର୍ବୋଚ୍ଚ ଅଦାଲତ ତଥ୍ୟ ମାଗିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀରେ କୋଭାକ୍ସିନ୍‌ ଅଭାବ

ରାଜଧାନୀରେ କୋଭାକ୍ସିନ୍‌ ଅଭାବ

Read More...

ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page