ରାଜଧାନୀରେ କୋଭାକ୍ସିନ୍‌ ଅଭାବ

June 02, 2021, ଦେଶ, , Anupambharat News Bureau


ରାଜଧାନୀରେ କୋଭାକ୍ସିନ୍‌ ଅଭାବ
Anupambharat News Bureau
June 02, 2021


କରୋନା ମହାମାରୀ ପ୍ରଭାବ ଗତବର୍ଷ ମାର୍ଚ୍ଚ ମାସରୁ ପଡିଥିଲା । ତେବେ ଏହି ମହାମାରୀ ଭୟରେ ସାରା ବିଶ୍ୱ ଭୟ ବିତ ହୋଇଥିଲା । କିପରି ଏହି ମହାମାରୀକୁ ମୁକାବିଲା କରିବେ ତାକୁ ନେଇ ଅନେକ ବୈଠକ ମଧ୍ୟ ବସିଥିଲା । ସାଧାରଣରେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଡରିଲେ । ଏହାସହ ପ୍ରତେକ ଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । କି;ୁ ଏହା ସତ୍ୱ ମଧ୍ୟ କରୋନା ମହାମାରୀ ସହିତ ମୁକାବିଲା କରିବା ପାଇଁ ରାଜ୍ୟସରକାର ଅନେକ ଗୁଡିଏ ପଦକ୍ଷପ ମଧ୍ୟ ନେଇଛନ୍ତି ।ଏହାପରେ ଜାନୁଆରୀ ମାସରେ ଆସି ପହଞ୍ଚିଲା କରୋନା ମହାମାରୀ ସହିତ ମୁକାବିକା କରିବା ପାଇଁ କରୋନା ଟିକା । ଲୋକମାନଙ୍କ ଭୟ ଏହାପରେ କମିବାରେ ଲାଗିଥିଲା । କି;ୁ ପୁଣି ଅଚାନକ୍‌ କିଛି ଲୋକଙ୍କ ଭିତରେ କରୋନା ମହାମାରୀର ଦ୍ୱିତୀୟ ପ୍ରକୋପ ଦେଖିବାକୁ ମିଳିଲା ରାଜଧାନୀରେ କୋଭାକ୍ସିନ୍‌ ଅଭାବ । ଟିକା ନଥିବାରୁ ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଅର୍ନିଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି । ଏବେ କେବଳ ଦ୍ୱିତୀୟ ଡୋଜ୍‌ ଟିକାକରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏବେ ଯେତିକି କୋଭାକ୍ସିନ୍‌ ଅଛି ସେଥିରେ ପ୍ରଥମ ଡୋଜ୍‌ ଦେଲେ ବହୁ ଲୋକଙ୍କ ଦ୍ୱିତୀୟ ଡୋଜ୍‌ ନେବାର ଅବଧି ଶେଷ ହୋଇଯିବଛତେଣୁ ବିଏମ୍ସି ପକ୍ଷରୁ ଆଜିଠାରୁ ପ୍ରଥମ ଡୋଜ୍‌ ଟିକାକରଣ ବନ୍ଦ କରାଯାଇଛିଛ ଏବେ ୪ କେନ୍ଦ୍ରରେ ଦିନକୁ ୪୦୦ ଟିକା ଦିଆଯିବ । ରାଜ୍ୟରେ ୧୮ରୁ ୪୪ ବର୍ଗର ଦୈନିକ ପ୍ରାୟ ୨୦ହଜାର ଲୋକଙ୍କ ଟିକାକରଣ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ବର୍ଗର ୭ଲକ୍ଷ ୪୨ହଜାର ୫୫୨ଜଣଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆସରିଲାଣି । ତେବେ ୪୫ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ଟିକାର ଅଭାବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରମ୍ଭ ହେଲା କରୋନା ମୁକ୍ତ ଗାଁ :  ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

ଆରମ୍ଭ ହେଲା କରୋନା ମୁକ୍ତ ଗାଁ : ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

Read More...

ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page