ଆରମ୍ଭ ହେଲା କରୋନା ମୁକ୍ତ ଗାଁ : ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

June 02, 2021, ଦେଶ, , Anupambharat News Bureau


ଆରମ୍ଭ ହେଲା କରୋନା ମୁକ୍ତ ଗାଁ :  ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା
Anupambharat News Bureau
June 02, 2021


ମୁମ୍ବାଇ: କରୋନାର ମୂଳପୋଛ କରିବା ସହ ଗ୍ରାମାଞ୍ଚଳର ପ୍ରଶାସନକୁ ଉତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଗ୍ରାମାଞ୍ଚଳରେ କରୋନାକୁ ମାତ ଦେବା ପାଇଁ ମହାରାଷ୍ଟ୍ର ସରକାର ଗୋଟିଏ ଅଭିନବ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାର ନାଁ ’କରୋନା ମୁକ୍ତ ଗାଁ’ ରଖାଯାଇଛି । ଏହି ପ୍ରତିଯୋଗିତାରେ ବିଜୟୀ ହେଲେ ସଂପୃକ୍ତ ଗାଁକୁ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ମିଳିବଛଗ୍ରାମୀଣ ବିକାଶ ମନ୍ତ୍ରୀ ହାସନ ମୁର୍ଶିଫ କହିଛନ୍ତି, ଏହି ପ୍ରତିଯୋଗିତା ’ମୋ ଗାଁ କରୋନା ମୁକ୍ତ’ର ଏକ ଅଂଶବିଶେଷ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିକଟରେ ଘୋଷଣା କରିଥିଲେ । ଏହାର ଲକ୍ଷ୍ୟ ହେଲା, ସବୁ ତାଲୁକା, ଜିଲ୍ଲା ଓ ସର୍ବୋପରି ରାଜ୍ୟକୁ ଯଥାଶୀଘ୍ର କରୋନା ମୁକ୍ତ କରିବା । କରୋନା ମୁକ୍ତ ଗାଁ ପ୍ରତିଯୋଗିତାରେ ସାମିଲ ହେବାକୁ ଥିବା ଗାଁଗୁଡ଼ିକୁ ୨୨ଟି ବିଭାଗରେ ମୂଲ୍ୟାଙ୍କନ କରାଯିବ । ଏଥିପାଇଁ ସ୍‌ୱତନ୍ତ୍ର କମିଟି ଗଠନ କରାଯାଇଛି । ରାଜ୍ୟର ୬ଟି ରାଜସ୍‌ୱ ଡିଭିଜନରେ ଥିବା ୩ଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ରାଶି ବାବଦରେ ଅର୍ଥ ପ୍ରଦାନ କରାଯିବଛପ୍ରଥମ ପୁରସ୍କାର ବାବଦରେ ୫୦ ଲକ୍ଷ, ଦ୍ୱିତୀୟ ସ୍ଥାନରେ ରହୁଥିବା ଗାଁକୁ ୨୫ ଲକ୍ଷ ଓ ତୃତୀୟ ଗାଁକୁ ୧୫ ଲକ୍ଷ ଟଙ୍କା ମିଳିବ । ମୋଟ ଉପରେ ୧୮ଟି କ୍ଷେତ୍ରରେ ପୁରସ୍କାର ଦିଆଯିବ ଓ ଏହାର ମୂଲ୍ୟ ୫.୪ କୋଟି । ବିଜୟୀ ଗାଁକୁ ଉତ୍ସାହିତ କରିବା ପାଇଁ ଅତିରକ୍ତ ଅର୍ଥ ପ୍ରଦାନ କରାଯିବ । ଏହି ଅର୍ଥରେ ଗାଁରେ ବିକାଶମୂଳକ କାର୍ଯ୍ୟ ସବୁ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି । ୨୪ ଘଣ୍ଟାରେ ୧୪,୧୨୩ ଜଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବା ବେଳେ ୪୭୭ ଜଣଙ୍କ ମୃତ୍ୟୁ ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

Read More...

ରାଜଧାନୀରେ କୋଭାକ୍ସିନ୍‌ ଅଭାବ

ରାଜଧାନୀରେ କୋଭାକ୍ସିନ୍‌ ଅଭାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page