ମୁମ୍ବାଇରେ ପ୍ରବଳ ବର୍ଷା : କୋଠା ଭୁଶୁଡ଼ି ୩୨ ମୃତ

July 18, 2021, ଦେଶ, , Anupambharat News Bureau


ମୁମ୍ବାଇରେ ପ୍ରବଳ ବର୍ଷା :  କୋଠା ଭୁଶୁଡ଼ି ୩୨ ମୃତ
Anupambharat News Bureau
July 18, 2021


ମୁମ୍ବାଇ,୧୮ା୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୃଥକ ସ୍ଥାନରେ କୋଠା ଭୁଶୁଡ଼ି ୩୨ ଜଣଙ୍କର ମୃତୁ୍ୟ ଘଟିଛି । ମୂଷଳ ଧାରାରେ ବର୍ଷା ଯୋଗୁ କୋଠା ଭୁଶୁଡ଼ିବା ଯୋଗୁ ଚେମ୍ବୁର,ବିକ୍ରୋଲିରେ ଏବଂ ଭାଣ୍ଡୁପରେ ୩୨ଜଣଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାରେ ମୋଟ ୧୮ ଲୋକଙ୍କ ଚିକିତ୍ସା ମୁମ୍ବାଇର ରାଜାବାଡ଼ି ଏବଂ ଅନ୍ୟ ହସ୍ପିଟାଲମାନଙ୍କରେ ହେଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇର ଚେମ୍ବୁର ଓ ବିକ୍ରୋଲିରେ ପାହାଡ଼ ଧସିବା ଏବଂ ଭାଣ୍ଡୁପରେ କାନ୍ଥପଡ଼ିବା ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରି କହିଲେ ଯେ, ସମସ୍ତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ମୁକ୍ତସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଲେଖାଏଁର୍ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟର ଘୋଷଣା କରିଛନ୍ତି । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ମୁମ୍ବାଇର ସଂରକ୍ଷକ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳକୁ ଯାଇ ଗଣମାଧ୍ୟମକୁ କହିଛନ୍ତି ଯେ ତିନି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ଘଟଣାରେ ପୀଡ଼ିତଙ୍କ ଘର ଉଜୁଡ଼ି ଯାଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଆହୁରୀ ସାହାଯ୍ୟ କରିବା ଦରକାର । ମୁମ୍ବାଇର ମହାପୌର କିଶୋରୀ ପେଣ୍ଡେକର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଚେମ୍ବୁର ଏବଂ ବିକ୍ରୋଲୀରେ ପ୍ରଶାସନ ଲୋକମାନଙ୍କୁ ନୋଟିସ୍‌ ଜାରି କରି ସୁରକ୍ଷିତ ସ୍ଥଳକୁ ଯିବାପାଇଁ କହିଛନ୍ତି । କି;ୁ ମୁମ୍ବାଇର ଲୋକମାନଙ୍କର ଜୀବନ ଠାରୁ ଘରର ଅଧିକ ଚିନ୍ତା ରହୁଛି । ଏହି କାରଣରୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇନଥିଲେ । ମହାପୌର କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆଖପାଖର ଲୋକଙ୍କୁ ମୁମ୍ବାଇ ନଗର ନିଗମ ତରଫରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ କରାଯାଇଛି । ଉଲ୍ଲେଖନୀୟ ଯେ, ଶନିବାର ରାତିରେ ହୋଇଥିବା ମୂଷଳଧାର ବର୍ଷା ଯୋଗୁଁ ଚେମ୍ବୁର ସ୍ଥିତ ଲାଲ ଡୋଙ୍ଗର ପାଖରେ ପାହାଡ଼ ଧସି ପାଖରେ ଥିବା ବସ୍ତିରେ ପଡ଼ିଥିଲା । ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୧୭ଜଣଙ୍କର ମୃତୁ୍ୟ ହୋଇଛି ଏବଂ ପାଖାପାଖି ୮ଜଣ ଆହତ ହୋଇଛନ୍ତି । ଏହାପାଖରେ ବିକ୍ରୋଲି ସ୍ଥିତ ସୂର୍ଯ୍ୟନଗରରେ ମଧ୍ୟ ପାହାଡ଼ର କିଛି ଅଂଶ ଧସିବା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣଙ୍କର ମୃତୁ୍ୟ ହୋଇଛି । ଏଠାରେ ୮ଟି ଘର ଧ୍ୱଂସ ହୋଇଯାଇଛି ଏବଂ ୮ଜଣ ଆହତ ହୋଇଛନ୍ତି । ସେହିପରି ଭାଣ୍ଡୁପର ଅମରକୋର ସ୍କୁଲ ପାଖରେ ବନବିଭାଗର ସଂରକ୍ଷଣ ପାଚେରୀ ଭାଙ୍ଗିବା ଦ୍ୱାରା କେତେକ ଘର ଦବିଯାଇଛି ଏବଂ ୫ରୁ ଊର୍ଦ୍ଧ୍ୱଙ୍କ ମୃତୁ୍ୟ ହୋଇଛି । ଏହି ତିନୋଟି ଜାଗାରେ ଫାୟାର ବ୍ରିଗେଡ, ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ର ଟିମ୍‌ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ବର୍ଷା ହେତୁ ଏବେ ସୁଦ୍ଧା ୧୭ଟି ଟ୍ରେନକୁ ବାତିଲ କରାଯାଇଛି । ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ୍‌ ମଧ୍ୟ ହୋଇଛି । ବର୍ଷା ଯୋଗୁ ଟ୍ରେନ୍‌ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍‌ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି । ସେଣ୍ଟ୍ରାଲ୍‌ ମେନ୍‌ ଲାଇନ୍‌ ଏବଂ ହାରବର୍‌ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି । ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍‌ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

Read More...

 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page