ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

July 18, 2021, ଓଡ଼ିଶା, , Anupambharat News Bureau


 ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ
Anupambharat News Bureau
July 18, 2021


ପୁରୀ,୧୮ା୭(ଅନୁପମ ମିଡ଼ିଆ): ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା । ନବଦିନ ଯାତ୍ରାରେ ବାହାରିଥିବା ଦାରୁ ବିଗ୍ରହ ମାନେ ଜନ୍ମ ବେଦୀରୁ ପ୍ରତ୍ୟାବର୍ତ୍ତନ କରିବେ ରତ୍ନ ବେଦୀକୁ । ରଥଯାତ୍ରା ଭଳି ବିନା ଭକ୍ତରେ ସମ୍ପନ୍ନ ହେବ ମହାପ୍ରଭୁଙ୍କର ଏହି ବାହୁଡା ଯାତ୍ରା । ଏଥିଲାଗି ୧୯ ତାରିଖ ରାତି ୮ଟା ରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଜାରି କରାଯାଇଛି । ଜନସମାଗମ ଉପରେ ସମ୍ପୂର୍ଣ୍ଣ ନିଷେଧାବେଶ ଜାରି ହୋଇଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବଡଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ଏସପି କନୱର ବିଶାଲ ସିଂଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ହୋଟେଲ,ଲଜ୍‌,ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ ଗୃହକର୍ତ୍ତାଙ୍କୁ ଏଥିଲାଗି ସଚେତନ କରାଇଛନ୍ତି । ବାହୁଡା ଯାତ୍ରା ସମୟରେ କୌଣସି ବ୍ୟକ୍ତି ଯେପରି ବଡଦାଣ୍ଡରେ ଥିବା କୋଠା ଉପରେ କିମ୍ବା ବାଲକୋନୀ ଉପରେ ନରୁହନ୍ତି ସେଥିପାଇଁ ସଚେତନ କରାଯାଇଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଏସୋପି ଜାରି କରାଯାଇଛି । କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ୨୦ ଟି ସ୍କ୍ୱାଡ ଗଠନ କରଯାଇଛି । ପ୍ରତି ସ୍କ୍ୱାଡରେ ଜଣେ ଲେଖାଏଁ ମ୍ୟାଜଷ୍ଟେଟ ରହିବେ । ପ୍ରତି ୨୦ ମିଟରରେ ଗୋଟାଏ ଲେଖାଏଁ ସ୍କ୍ୱାଡକୁ ନିୟୋଜିତ କରାଯିବ । ବଡଦାଣ୍ଡରେ ରଥ ଶୋଭାଯାତ୍ରା ଯାଉଥିବା ସମୟର ଫଟୋଚିତ୍ର ଡୋ୍ରନ ଜରିଆରେ ଉତ୍ତୋଳନ କରାଯିବ । ଆଇନ ଉଲ୍ଳଂଘନ କାରୀଙ୍କୁ ଗିରଫ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି । ଏସପି କହିଛନ୍ତି ଯେ,ଗତ ରଥଯାତ୍ରା ସମୟରେ ଅନଧିକୃତ ଭାବେ ବଡଦାଣ୍ଡ ଓ ରଥ କଡନ ମଧ୍ୟରେ ପ୍ରବେଶ କରିଥିବା ୨୫ ଜଣଙ୍କୁ ଇତି ମଧ୍ୟରେ ନୋଟିସ କରାଯାଇଛି । ବେଆଇନ ଅନୁପ୍ରବେଶ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏସଓପି
ଉଲ୍ଳଂଘନ କରି କଡନ ମଧ୍ୟରେ ଅନଧିକୃତ ଭାବେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କାରୀ ଓ ରଥ ଘେର ପ୍ରବେଶ ପତ୍ର ହସ୍ତାନ୍ତର କାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ସମର୍ଥ ବର୍ମା କହିଛନ୍ତି । ବାହୁଡା ଯାତ୍ରା ସମୟରେ ପ୍ରବେଶ ପତ୍ର ଜାଲିଆତି ରୋକିବା ଲାଗି ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରଯିବ । ରଥ ନିକଟକୁ ଯାଉଥିବା ବ୍ୟକ୍ତିଙ୍କର ଭିଡିଓ ଦୃଶ୍ୟ ଉତ୍ତୋଳନ କରାଯିବ । ପୁରୀକୁ ସଂଯୋଗ କରୁଥିବା ୮ ଟି ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । କଟକଣା ସମୟ ମଧ୍ୟରେ ବାହାର ଲୋକଙ୍କୁ ପୁରୀ ସହର ଭିତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ବାହୁଡା ଦିନ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହି ରାସ୍ତାକୁ ବାଡ ପକାଇ ବନ୍ଦ କରାଯିବା ସହିତ ପୋଲିସ ମୃତୟନ କରାଯିବ । ରଥଯାତ୍ରା ସହ ସମ୍ପୃକ୍ତ ସେବାୟତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ବଡଦାଣ୍ଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସାନ୍ଧ୍ୟ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଳଂଘନ କାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧ ଓ ୬୦ , ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଓ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବର୍ମା ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

Read More...

ମୁମ୍ବାଇରେ ପ୍ରବଳ ବର୍ଷା :  କୋଠା ଭୁଶୁଡ଼ି ୩୨ ମୃତ

ମୁମ୍ବାଇରେ ପ୍ରବଳ ବର୍ଷା : କୋଠା ଭୁଶୁଡ଼ି ୩୨ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page