ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

July 18, 2021, ଦେଶ, , Anupambharat News Bureau


ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା
Anupambharat News Bureau
July 18, 2021


ନୂଆଦିଲ୍ଲୀ,୧୮ା୭: ଦେଶରେ ମୌସୁମୀ ବର୍ଷାର ଆଗମନଠାରୁ ମାତ୍ର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତର ରେକର୍ଡ ହୋଇଛି । ତେବେ ଜୁଲାଇରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଜୁଲାଇରେ ଏଯାବତ୍‌ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଆଜି ଭାରତୀୟ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ଆଇଏମ୍‌ଡି ପକ୍ଷରୁ ଯେଉଁ ୨୭ଟି ର୍ୟାଡର ସ୍ଥାପନ କରାଯାଇଛି, ସେଥିରୁ ଠୋସ୍‌ ପ୍ରାମାଣିକ ତଥ୍ୟ ହାସଲ ହୋଇଛି । ନିକଟ ଭବିଷ୍ୟତରେ ୫୦ ସଂଖ୍ୟକ ର୍ୟାଡର କେନ୍ଦ୍ର ସରକାରଙ୍କ ପ୍ରସ୍ତìତି ଜାରି ରହିଛି ବୋଲି ଆଇଏମ୍‌ଡିର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଇଏମ୍‌ଡି ନିର୍ଦ୍ଦେଶକ ଏହି ସମ୍ପର୍କରେ ଅର୍ଥ ସାଇନ୍ସ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଅବଗତ କରାଇଛନ୍ତି । ମନ୍ତ୍ରୀ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଆଇଏମ୍‌ଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଜି ସ୍ଥିତି ନିରୀକ୍ଷଣ କରିଥିଲେ । ଜୁନ୍‌ ମାସରେ ଯେଉଁ ପରିମାଣର ବର୍ଷାର ଆବଶ୍ୟକତା ଥିଲା ଏହାଠାରୁ ୧୦% ଅଧିକ ବୃଷ୍ଟିପାତ ହୋଇଛି । ତେବେ ଜୁଲାଇ ମାସରେ କିନ୍ତୁ ୨୬ ପ୍ରତିଶତ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି ବୋଲି ଆଇଏମ୍‌ଡିର ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ବାହୁଡିବେ ମହାବାହୁ :  ଅପରାହ୍ନ ୪ଟାରୁ ରଥଟଣା

ଆଜି ବାହୁଡିବେ ମହାବାହୁ : ଅପରାହ୍ନ ୪ଟାରୁ ରଥଟଣା

Read More...

 ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

ବଡଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page