ଆଜି ସୁନାବେଶ

July 20, 2021, ଓଡ଼ିଶା, , Anupambharat News Bureau


ଆଜି ସୁନାବେଶ
Anupambharat News Bureau
July 20, 2021


ପୁରୀ: ଆସନ୍ତା କାଲି ଆଷାଢ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ରଥ ଉପରେ ଶ୍ରୀଜିଉ ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ । ବଡତଢାଉ ବେଶ ନାମରେ ସର୍ବଜନବିଦିତ ଏହି ସୁନାବେଶରେ ଦାରୁ ବିଗ୍ରହ ମାନେ ବିଭିନ୍ନ ସ୍ୱର୍ଣ୍ଣଅଳଙ୍କାର ଓ ଆୟୁଧରେ ସଜ୍ଜିତ ହେବେ । ତେବେ ମହାମାରୀ କରୋନା ଜନିତ କଟକଣା ଯୋଗୁଁ ରଥାରୂଢ ଚତୁର୍ଦ୍ଧାମୂର୍ତିଙ୍କର ଏହି ଚିତାକର୍ଷକ ବେଶ ଦର୍ଶନର ସୁଯୋଗ ଭକ୍ତମାନଙ୍କୁ ମିଳିବ ନାହିଁ । ଟେଲିଭିଜନ ମାଧ୍ୟମରେ ଭକ୍ତମାନେ କେବଳ ଏହି ମନୋରମ ବେଶର ଦୃଶ୍ୟ ଦର୍ଶନ କରିପାରିବେ । ଏହି ବେଶରେ ଶ୍ରୀଜିଉ ମାନଙ୍କୁ ସ୍ୱତନ୍ତ୍ର ପାଟବସ୍ତ୍ର ଓ ରତ୍ନଅଳଙ୍କାରରେ ଭୂଷିତ କରାଯିବ । ଏହି ବେଶରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ପାଟବସ୍ତ୍ର ଓ ରତ୍ନଅଳଙ୍କାରରେ ଭୂଷିତ କରାଯିବ । ପ୍ରଭୁ ବଳଭଦ୍ର ଶ୍ରୀପୟର, ଶ୍ରୀଭୂଜ, କିରିଟି, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ,ଚନ୍ଦ୍ରିକା,ଅଳକା, ଝୋବାକଣwି, ବାହାଡାମାଳି, ବାଘନଖିମାଳି, ସେବତୀମାଳି, ତ୍ରୀଖଣ୍ଡିକା ଓ କମରପଟିରେ ସଜ୍ଜିତ ହେବେ । ବଳଭଦ୍ରଙ୍କ ଦୁଇ ହସ୍ତରେ ମୁଷଳ ଶୋଭା ପାଇବ । ଶ୍ରୀଜଗନ୍ନାଥ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୂଜ, କିରିଟି, ଓଡିଆଣୀ, କର୍ଣ୍ଣ, ଚନ୍ଦ୍ରସୂର୍ଯ୍ୟର୍, ଆଡକାନି, ଘାଗଡାମାଳି, କଦମ୍ବମାଳି,ତିଳକ,ଚନ୍ଦ୍ରିକା, ଅଳକା, ଝୋବାକଣwି, ହରିଡା କଦମ୍ବ ମାଳି, ବାହାଡା ମାଳି,ତାବିଜ ମାଳି,ସେବତୀ ମାଳି,କମରପଟିରେ ତ୍ରୀଖଣ୍ଡିକା ଲଗାଇବେ । ଦୁଇ ହସ୍ତରେ ଧାରଣ କରିବେ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟଶଙ୍ଖ । ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି,କଦମ୍ବମାଳି,ଓ ସେବତୀ ମାଳିରେ ସଜ୍ଜିତ କରାଯିବ । ସୁଭଦ୍ରା ଧାରଣ କରିବେ ଦୁଇଟି ତଡଗି ।ସୁନାବେଶ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିଘଣ୍ଟ ପ୍ରସ୍ତୁତ କରାଯାଇଛି । ସକାଳୁ ମଙ୍ଗଳଆଳତୀ, ମଇଲମ,ତଡପଲାଗି, ଗୋପାଳବଲ୍ଲଭ, ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାହ୍ନ ଧୂପ ପରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ । ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ କରାଯିବ ବୋଲି ନୀତି ନିଘଣ୍ଟରେ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

Read More...

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତିନିରଥ

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତିନିରଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page